/odishatv-khabar/media/post_attachments/uploadimage/library/16_9/16_9_0/ambulance-2_1625514467.jpg)
ambulance
ଭୁବନେଶ୍ୱର: କେହି ଆସିଲେନି ସହାୟତା କରିବାକୁ, ଶେଷରେ ଆମ୍ବୁଲାନ୍ସ କର୍ମଚାରୀ ସାଜିଲେ ଦେବଦୂତ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲରେ।
ହସ୍ପିଟାଲରେ ଜଣେ ରୋଗୀଙ୍କୁ ରକ୍ତ ଅଭାବ ପଡ଼ିବାର ସୁମିତ୍ ଏସ୍ ନାମକ ଜଣେ ଆମ୍ବୁଲାନ୍ସ କର୍ମଚାରୀ ଆଗେଇ ଆସିଥିଲେ। ସୁମିତ୍ ନିଜେ ରକ୍ତଦାନ କରି ରୋଗୀଙ୍କୁ ନୂଆ ଜୀବନ ଦେବା ସହ ସମସ୍ତଙ୍କ ପାଇଁ ଆଦର୍ଶ ସାଜିଯାଇଥିଲେ।
ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସୁମିତ୍, ପି. ଭାନୁ ନାମକ ଜଣେ ଗୁରୁତରଙ୍କୁ ନେଇ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲ ଆସିଥିଲେ। ଭାନୁ ସିକଲନ୍ ଏମୋନିଆ ରୋଗରେ ଆକ୍ରାନ୍ତ ଥିଲେ। ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କ ପାଇଁ ରକ୍ତ ସଂଗ୍ରହ କରିବାକୁ କହିଥିଲେ।
ତେବେ ରକ୍ତ ସଂଗ୍ରହ କରିବାରେ ପ୍ରାୟ ୪ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲା, କିନ୍ତୁ ମିଳିଲା ନାହିଁ। କିନ୍ତୁ ଏହି ସମୟରେ ସୁମିତ୍ ମାନବିକତାର ପରିଚୟ ନେଇ ନିଜେ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ।
/odishatv-khabar/media/post_attachments/wp-content/uploads/2020/07/532a8f91-7806-4716-ba42-bc315feeae2e.jpg)
ସୁମିତ୍ ତୁରନ୍ତ ରକ୍ତ ଭଣ୍ଡାରରେ ରକ୍ତଦାନ କରିଥିଲେ ଏବଂ ପି. ଭାନୁଙ୍କ ଜୀବନ ବଞ୍ଚାଇଥିଲେ। ଏହି ମହତ ପାଇଁ ସୁମିତଙ୍କୁ ଚାରିଆଡ଼ୁ ପ୍ରଶଂସା କରାଯାଉଛି। କେବଳ ଏତିକି ନୁହେଁ, ଆମ୍ବୁଲାନ୍ସ ପରିଚାଳନା କମିଟି ଜିତିତ୍ସା ହେଲଥ କେୟାର୍ ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ ମଧ୍ୟ ସୁମିତଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ।
ସେହିପରି ଦୁଇ ସପ୍ତାହ ତଳେ କଟକରେ ମଧ୍ୟ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା। କଟକ ଏସସିବି ମେଡିକାଲରେ ଶ୍ରୀକାନ୍ତ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କର ପତ୍ନୀ ଜଣ୍ଡିସ୍ ରୋଗରେ ଗୁରୁତର ଥିଲେ। ଶ୍ରୀକାନ୍ତ ନିଜ ସ୍ତ୍ରୀଙ୍କ ପାଇଁ ରକ୍ତ ଆବଶ୍ୟକ ନେଇ ଆମ୍ବୁଲାନ୍ସ କର୍ମଚାରୀଙ୍କୁ କହିଥିଲେ। ଆମ୍ବୁଲାନ୍ସରେ ତିନିଜଣ କର୍ମଚାରୀ ଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ ଡ୍ରାଇଭର୍ ରମେଶ ଚନ୍ଦ୍ର ମାଝୀ ଏହି ମହତ ପାଇଁ ଆଗେଇ ଆସିଥିଲେ।
ରମେଶ ଗୁରୁତର ରୋଗୀଙ୍କ ପାଇଁ ରକ୍ତ ଦାନ କରିବା ପାଇଁ ରାଜି ହୋଇଥିଲେ। ରମେଶ ଏସସିବିରେ ପହଞ୍ଚି ରକ୍ତଦାନ ଭଣ୍ଡାରରେ ୧ ୟୁନିଟ୍ ରକ୍ତଦାନ କରି ଉକ୍ତ ମହିଳାଙ୍କ ଜୀବନ ବଞ୍ଚାଇଥିଲେ। ରମେଶଙ୍କ ଏହି କାମ ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓଡ଼ିଶା ପକ୍ଷରୁ ଟ୍ୱିଟ୍ କରି ଖୁବ୍ ପ୍ରଶଂସା କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)