Advertisment

ତିନି ରାଜ୍ୟସଭା ପ୍ରାର୍ଥୀ କୋଟିପତି, ଅମରଙ୍କ ନାଁରେ ରହିଛି ଏମିତି ଅଭିଯୋଗ

ଭୁବନେଶ୍ୱର: ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଜେଡି ପୂର୍ବତନ ଏଜି ଅମର ପଟ୍ଟନାୟକ ଓ ମୁଖପାତ୍ର ସସ୍ମିତ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ପୂର୍ବତନ ଆଇଏଏସ୍‌ ଅଫିସର ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଛି। ଆଉ ଏହି ତିନି ଜଣ କୋଟିପତି ବୋଲି ସେମାନେ ଦାଖଲ କରିଥିବା ସତ୍ୟପାଠରୁ ଜଣାପଡ଼ିଛି। ସତ୍ୟପାଠରେ ସେମାନଙ୍କ ବ୍ୟକ୍ତିଗତ ଆୟ ସହିତ ସେମାନଙ୍କ ଜମିବାଡ଼ି, ଘରଦ୍ୱାର, ଅଳଙ୍କାର ଓ ଗାଡ଼ି ମୋଟର ଆଦି ସବୁଥିର ମୂଲ୍ୟ ଉଲ୍ଲେଖ ରହିଛି। ବିଜେପି ପ୍ରାର୍ଥୀ ଅଶ୍ୱିନୀ […]

author-image
Mihir Pattnayak
ତିନି ରାଜ୍ୟସଭା ପ୍ରାର୍ଥୀ କୋଟିପତି, ଅମରଙ୍କ ନାଁରେ ରହିଛି ଏମିତି ଅଭିଯୋଗ

4

ଭୁବନେଶ୍ୱର: ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଜେଡି ପୂର୍ବତନ ଏଜି ଅମର ପଟ୍ଟନାୟକ ଓ ମୁଖପାତ୍ର ସସ୍ମିତ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ପୂର୍ବତନ ଆଇଏଏସ୍‌ ଅଫିସର ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଛି। ଆଉ ଏହି ତିନି ଜଣ କୋଟିପତି ବୋଲି ସେମାନେ ଦାଖଲ କରିଥିବା ସତ୍ୟପାଠରୁ ଜଣାପଡ଼ିଛି। ସତ୍ୟପାଠରେ ସେମାନଙ୍କ ବ୍ୟକ୍ତିଗତ ଆୟ ସହିତ ସେମାନଙ୍କ ଜମିବାଡ଼ି, ଘରଦ୍ୱାର, ଅଳଙ୍କାର ଓ ଗାଡ଼ି ମୋଟର ଆଦି ସବୁଥିର ମୂଲ୍ୟ ଉଲ୍ଲେଖ ରହିଛି।

Advertisment

ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ତାଙ୍କ ନାଁରେ ୧୧ କୋଟି ୮୦ ଲକ୍ଷ ଓ ପତ୍ନୀଙ୍କ ନାଁରେ ୧ କୋଟି ୨୭ ଲକ୍ଷ ଟଙ୍କା ମୂଲ୍ୟର ସ୍ଥାବର ସଂପତ୍ତି ଥିବା ଦର୍ଶାଇଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ତାଙ୍କର ଆୟ ପରିମାଣ ରହିଛି ୨ କୋଟି ୬ଲକ୍ଷ ଟଙ୍କା ଅର୍ଥାତ୍ ମାସକୁ ପ୍ରାୟ ୧୭ ଲକ୍ଷ ଟଙ୍କା। ସେହିପରି ତାଙ୍କ ପତ୍ନୀଙ୍କ ବାର୍ଷିକ ଆୟ ୩୧ ଲକ୍ଷ ୬୯ ହଜାର ବୋଲି ଅଶ୍ୱିନୀ ବୈଷ୍ଣବ ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଗୁରୁଗ୍ରାମ ଓ ଅହମଦାବାଦରେ ଥିବା ତାଙ୍କ ଘରର ମୂଲ୍ୟ ପ୍ରାୟ ୩ କୋଟି ୪୫ ଲକ୍ଷ ଟଙ୍କା। ତେବେ ସବୁଠୁ ବଡ କଥା ହେଲା ଅଶ୍ୱିନୀ ଚାରିଟି କମ୍ପାନିର ନିର୍ଦ୍ଦେଶକ ଅଛନ୍ତି। ସେହି କଂପାନିଗୁଡିକ ହେଲା ତ୍ରିବେଣି ପେଲେଟସ୍, ଆଡଲର ଇଣ୍ଡଷ୍ଟ୍ରିଆଲ ସର୍ଭିସ, କନଡ ନେଟ୍ଓ୍ୱର୍କସ ଓ ବ୍ରାହ୍ମଣୀ ରିଭର ପେଲେଟସ୍। ସେହିପରି ତାଙ୍କ ପତ୍ନୀ ମଧ୍ୟ ଦୁଇଟି କମ୍ପାନିରେ ନିର୍ଦ୍ଦେଶକ ଅଛନ୍ତି।

ବିଜେଡି ପ୍ରାର୍ଥୀ ଅମର ପଟ୍ଟନାୟକଙ୍କ ନାଁରେ ୫ କୋଟି ୯୦ ଲକ୍ଷ ଟଙ୍କାର ସମ୍ପତ୍ତି ଥିବା ବେଳେ ତାଙ୍କ ପତ୍ନୀଙ୍କ ନାଁରେ ୪ କୋଟି ୧୬ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି। ଅମରଙ୍କ ବାର୍ଷିକ ଆୟ ୧୮ ଲକ୍ଷ ୫୩ ହଜାର ଟଙ୍କା ହୋଇଥିବା ବେଳେ ତାଙ୍କ ପତ୍ନୀ ବର୍ଷକୁ ୨୧ ଲକ୍ଷ ୬୬ ହଜାର ଟଙ୍କା ଆୟ କରୁଥିବା ସେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅମରଙ୍କ ନାଁରେ ରହିଛି ମହିଳାଙ୍କ ପ୍ରତି ଅଶାଳୀନ ବ୍ୟବହାର ଅଭିଯୋଗ। ଆଇପିସିର ଧାରା ୩୫୪ ଓ ୨୯୪ରେ ତାଙ୍କୁ କୋର୍ଟ ସମନ କରିଥିଲେ। ମାମଲାକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟ ଯାଇଥିଲେ। ତେବେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ।

Advertisment

ସତ୍ୟପାଠ ଅନୁଯାୟୀ, ବିଜେଡି ପ୍ରାର୍ଥୀ ସସ୍ମିତ ପାତ୍ରଙ୍କ ନିକଟରେ ରହିଛି ୨ କୋଟି ୬୧ ଲକ୍ଷ ୨୩ ହଜାର ଟଙ୍କା ମୂଲ୍ୟର ସମ୍ପତ୍ତି। ସେହିପରି ତାଙ୍କ ପତ୍ନୀଙ୍କ ନାଁରେ ୮୦ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି। ୨୦୧୭-୧୮ ଆର୍ଥିକ ବର୍ଷରେ ସସ୍ମିତଙ୍କ ବ୍ୟକ୍ତିଗତ ଆୟ ୨୫ ଲକ୍ଷ ୧୩ ହଜାର ଟଙ୍କା ଥିଲାବେଳେ ତାଙ୍କ ପତ୍ନୀଙ୍କ ଆୟ ଥିଲା ୩ ଲକ୍ଷ ୬୮ ହଜାର ଟଙ୍କା।

Left Top
Advertisment
Advertisment