bhubaneswar-blast-IOCL-anno
ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ଅପରେସନ ଶେଷ ହୋଇଥିବା ନେଇ କମିଶନରେଟ୍ ପୋଲିସ ସୂଚନା ଦେଇଛି। ସଂଧ୍ୟା ୭ଟାରୁ ରାସ୍ତା ଖୋଲିଛି। କିନ୍ତୁ ଦୁର୍ଘଟଣାସ୍ଥଳକୁ ଯିବାକୁ ଲୋକଙ୍କୁ ଏବେ ବି ମନା ହୋଇଛି। ଅପରେସନ ସରିବା ପରେ ଏଥିରେ ସହଯୋଗ କରିଥିଇବାରୁ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛି ପୋଲିସ।
ଅନ୍ୟପଟେ ଏହି ବିସ୍ଫୋରଣ ମାମଲାରେ ନିଜ ଆଡୁ ମାମଲା କରି ତଦନ୍ତ କରୁଛି କମିଶନରେଟ୍ ପୋଲିସ। ମିଳିଥିବା ମାଂସ ଖଣ୍ଡକୁ ଡିଏନ୍ଏ ଟେଷ୍ଟ ପାଇଁ ପଠାଯାଇଛି। ପୋଲିସ୍ ତଦନ୍ତରୁ ଜଣାପଡ଼ିଛି ଯେ, ବିସ୍ଫୋରଣ ପୂର୍ବରୁ ସେଠାରେ ୪ ଜଣ କାମ କରୁଥିଲେ। ତେଣୁ ବିସ୍ଫୋରଣ ପରେ ସୃଷ୍ଟି ହୋଇଥିବା ଗାତ ଭିତରେ କାଳେ କିଏ ରହିଯାଇଥିବେ, ସେନେଇ ପୋଲିସ ଅନୁଧ୍ୟାନ କରୁଛି। ଅପରପକ୍ଷେ ଏହି ପ୍ରାଣଘାତୀ ବିସ୍ଫୋରଣରେ କଟକ ଏସ୍ସିବିରେ ଗଞ୍ଜାମ ଜିଲ୍ଲାର ସଦାନନ୍ଦ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଅଛନ୍ତି। ସେହିଭଳି ଅନ୍ୟ ଜଣେ ନିଖୋଜ ଥିବା କୁହାଯାଉଛିା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bhubaneswar-blast-IOCL-anno_1625252703.jpg)