/odishatv-khabar/media/post_attachments/uploadimage/library/16_9/16_9_0/covid-injection-for-health-worker-family_1621417118.jpg)
covid injection for health worker family
ଭୁବନେଶ୍ୱର: ରାଜ୍ୟକୁ କୋଭିଡ ମୁକ୍ତ କରିବାକୁ ଆଉ ଗୋଟିଏ ପାଦ ଆଗେଇଲେ ସରକାର। ଏଣିକି ସ୍ୱାସ୍ଥ୍ୟକର୍ମୀଙ୍କ ପରିବାର ସଦସ୍ୟଙ୍କୁ ଦିଆଯିବ କୋଭିଡ ଟିକା। ସ୍ୱାସ୍ଥ୍ୟକର୍ମୀମାନେ ସିଧାସଳଖ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବାରୁ ସେମାନଙ୍କ ପରିବାର ପ୍ରତି କରୋନା ସଂକ୍ରମଣ ଭୟ ଅଧିକ ରହିଛି। ତେଣୁ ସ୍ୱାସ୍ଥ୍ୟକର୍ମୀଙ୍କ ପରିବାର ଲୋକଙ୍କୁ କୋଭିଡ ଟିକା ଦେବାପାଇଁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର ସୂଚନା ଦେଇଛନ୍ତି।
ଡାକ୍ତର, ନର୍ସ, ପାରାମେଡିକ ଷ୍ଟାଫ୍ଙ୍କ ପରିବାର ଲୋକଙ୍କୁ ଟିକା ଦେବା ପାଇଁ ସ୍ୱାସ୍ଥ୍ୟ ACSଙ୍କ ଚିଠି କରାଯାଇଛି । ସବୁ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନର, CDMOମାନଙ୍କୁ ଚିଠି ଦ୍ୱାରା ଏ ନେଇ ଅବଗତ କରାଯାଇଛି । ନିଜ ନିଜ ଜିଲ୍ଲାରେ ସ୍ୱାସ୍ଥ୍ୟ କର୍ମୀଙ୍କ ପରିବାର ଲୋକଙ୍କୁ ଟିକା ଦେବାକୁ ନିର୍ଦ୍ଦେଶ ରହିଛି ।
ସୂଚନାଥାଉ କି, ଟିକାକରଣର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପ୍ରଥମେ ଟିକା ଦିଆଯାଇଥିଲା। ଗତ ଜାନୁଆରୀ ୧୬ ତାରିଖରେ ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଟିକା ପ୍ରଦାନ କରାଯାଇଥିଲା। ଇତି ମଧ୍ୟରେ ରାଜ୍ୟରେ ୯୫ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀ ଟିକା ନେଇ ସାରିଛନ୍ତି।
ସୂଚନାଥାଉ କି, ଦେଶର ଅଧିକାଂଶ ସ୍ଥାନରେ କରୋନାର ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ ଲାଗିଥିଲେ ହେଁ ମୃତ୍ୟୁ ହାର କମିନାହିଁ। ଆଜି ଦେଶରୁ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷେ ଓଡ଼ିଶାରେ ସଂକ୍ରମଣ ହାର କମିନାହିଁ। ଆଜି ବି ରାଜ୍ୟରୁ ୧୧ ହଜାର ୯୯ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ୨୧ ଜଣ ରୋଗୀ ଆଖି ବୁଜିଛନ୍ତି।
ଏଠି କହିରଖିବୁ, ପିକ୍ ସ୍ଥିତି ଆଡ଼କୁ ମୁହାଁଉଛି ଓଡ଼ିଶା । ଆଗାମୀ ୭ ରୁ ୧୦ ଦିନ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଯେହେତୁ ରାଜ୍ୟରେ ବର୍ତ୍ତମାନ ଲକଡ଼ାଉନ ସ୍ଥିତି ରହିଛି ତେଣୁ କରୋନା ସଂକ୍ରମଣ କ୍ଷେତ୍ରରେ ସମାନ୍ତରାଳ ସ୍ଥିତିରେ ରହିଛି ସଂକ୍ରମଣ। ଆସନ୍ତା ୭ରୁ ୧୦ ଦିନ ଭିତରେ କୋଭିଡ ପରିସଂଖ୍ୟାନ ଶୀର୍ଷକୁ ଛୁଇଁ କ୍ରମାନ୍ୱୟରେ ହ୍ରାସ ପାଇବ ବୋଲି ଆଶା ପ୍ରକଟ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର । ବ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)