Advertisment

ସୁପ୍ରିମକୋର୍ଟରେ ଝୁଲୁଛି ରଥଯାତ୍ରା ଭାଗ୍ୟ: ଆସନ୍ତାକାଲି ଶୁଣାଣି

ପୁରୀ: ବଡ଼ଦାଣ୍ଡରେ ଗଡ଼ିବ ତ ତିନି ରଥ ? ଭଙ୍ଗ ହେବନି ତ ଶହ ଶହ ବର୍ଷର ଭକ୍ତି ଓ ଭାବର ସମ୍ମେଳନର ପତିତପାବନ ଯାତ୍ରା ପରଂପରା ? ମହାମାରୀ କରୋନା କଟକଣା ଭିତରେ ଏବର୍ଷ କେମିତି ହେବ ଘୋଷଯାତ୍ରା ? ଏସବୁ ପ୍ରଶ୍ନର ଭାଗ୍ୟ ଝୁଲୁଛି ସୁପ୍ରିମକୋର୍ଟଙ୍କ ହାତରେ। କାରଣ ରଥଯାତ୍ରା ବନ୍ଦ ଲାଗି ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଦାଖଲ ପିଟିସନ୍ ଉପରେ ଆସନ୍ତାକାଲି ହେବ ଶୁଣାଣି। ଖୋଦ୍ ପ୍ରଧାନବିଚାରପତି ଏସ୍.ଏ. ବୋବଡ଼େଙ୍କ ନେତୃତ୍ୱାଧୀନ […]

ସୁପ୍ରିମକୋର୍ଟରେ ଝୁଲୁଛି ରଥଯାତ୍ରା ଭାଗ୍ୟ: ଆସନ୍ତାକାଲି ଶୁଣାଣି

rer

Advertisment

ପୁରୀ: ବଡ଼ଦାଣ୍ଡରେ ଗଡ଼ିବ ତ ତିନି ରଥ ? ଭଙ୍ଗ ହେବନି ତ ଶହ ଶହ ବର୍ଷର ଭକ୍ତି ଓ ଭାବର ସମ୍ମେଳନର ପତିତପାବନ ଯାତ୍ରା ପରଂପରା ? ମହାମାରୀ କରୋନା କଟକଣା ଭିତରେ ଏବର୍ଷ କେମିତି ହେବ ଘୋଷଯାତ୍ରା ? ଏସବୁ ପ୍ରଶ୍ନର ଭାଗ୍ୟ ଝୁଲୁଛି ସୁପ୍ରିମକୋର୍ଟଙ୍କ ହାତରେ। କାରଣ ରଥଯାତ୍ରା ବନ୍ଦ ଲାଗି ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଦାଖଲ ପିଟିସନ୍ ଉପରେ ଆସନ୍ତାକାଲି ହେବ ଶୁଣାଣି। ଖୋଦ୍ ପ୍ରଧାନବିଚାରପତି ଏସ୍.ଏ. ବୋବଡ଼େଙ୍କ ନେତୃତ୍ୱାଧୀନ ୩ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ।

Advertisment

ସେପଟେ ରଥଯାତ୍ରା ଆୟୋଜନ ନେଇ ଅବସ୍ଥା ଦେଖି ବ୍ୟବସ୍ଥା କରିବାକୁ ପୂର୍ବରୁ ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଥିବା ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାଖଲ ହୋଇଛି ଆଉ ଏକ ସ୍ୱତନ୍ତ୍ର ଲିଭ୍ ପିଟିସନ। ଏପଟେ ଆଜି ଶ୍ରୀ ଜଗନ୍ନାଥ ସଂସ୍କୃତି ଜନଜାଗରଣ ସୁରକ୍ଷା ମଞ୍ଚ ଓ ପୁରୀ ବାର ଆସୋସିଏସନ ଆଡଭୋକେଟ୍‌ଙ୍କୁ ପକ୍ଷରୁ ଯାତ୍ରା ହେବା ସପକ୍ଷରେ ସୁପ୍ରିମକୋର୍ଟରେ କ୍ୟାଭେଟ୍ ଫାଇଲ୍ ହୋଇଛି।

publive-image

ତେଣୁ ଏଠି ପ୍ରଶ୍ନ ୨୩ ତାରିଖ ରଥଯାତ୍ରା ପୂର୍ବରୁ ଆଇନ୍‌ର ଇନ୍ଦ୍ର ଜାଲରୁ ମୁକୁଳି ପାରିବ ତ ଓଡ଼ିଆ ଜାତିର ଏ ଅସ୍ମିତା ? ତେଣେ ରାଜ୍ୟ ସରକାର ମଧ୍ୟ ଏଯାଏଁ ରଥଯାତ୍ରା ନିଷ୍ପତ୍ତି ନେଇନଥିବାରୁ ବଢୁଛି ଦ୍ୱନ୍ଦ୍ୱ।

Advertisment

ସେପଟେ ଘୋଷଯାତ୍ରା ନିଷ୍ପତ୍ତିରେ ବିଳମ୍ବକୁ ନେଇ ରାଜ୍ୟ ସରକାରଙ୍କ ଉପରେ ପୁଣି ବର୍ଷିଲେ ବିରୋଧୀ। ଏମିତିକି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ରଥଯାତ୍ରା ସମ୍ପର୍ତିକ କୋର୍ଟ ମାମଲାକୁ ପ୍ରାୟୋଜିତ ବୋଲି କହିଛନ୍ତି। କଂଗ୍ରେସ କହିଛି, ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଏହା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ଜବାବ ରଖି ବିଜେଡି କହିଛି ମହାପ୍ରଭୁଙ୍କ ଯାତ୍ରାକୁ ବିବାଦ କରିବା ଅନୁଚିତ୍।

publive-image

ଏଣେ ଦ୍ୱନ୍ଦ୍ୱ ଭିତରେ କିନ୍ତୁ ଯଥାରୀତିରେ ଚାଲିଛି ଶ୍ରଜୀଉଙ୍କ ଅଣସର ନୀତି। ରଥଖଳାରେ ସଜେଇ ହେଲେଣି ତିନି ରଥ। ଆଜି ଖଳି ଲାଗି ଏକାଦଶୀରେ ଠାକୁରଙ୍କ ଶ୍ରୀଅଙ୍ଗରରୁ ଶୁକ୍ଳବସ୍ତ୍ର ଓଲାଗି କରାଯାଇ ଖଣ୍ଡୁଆ ପାଟ ଲାଗି ହେବ। ତାସହ ଦଶମୂଳ ମୋଦକ ସେବନ କରିବା ପରେ ସୁସ୍ଥ ହେବେ ଚତୁର୍ଦ୍ଧାମୂରତି। ତିନି ରଥରେ ପ୍ରଭା କାମ ସରି ରଙ୍ଗ କାମ ଚାଲିଛି। ରଥରେ ପାର୍ଶ୍ୱ ଦେବଦେବୀମାନଙ୍କୁ ସ୍ଥାପନ କରାଗଲାଣି।

Advertisment
Odisha Puri Coronavirus In Odisha Ratha Yatra 2020 Ratha Yatra Puri Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ