Advertisment

ଟ୍ରଲିରେ ପୁରୀରୁ କଟକ ଆସିଥିବା ମହିଳାଙ୍କ SCB ମେଡିକାଲ୍‌ରେ ମୃତ୍ୟୁ

କଟକ: ଟ୍ରଲିରେ ପୁରୀରୁ କଟକ ଆସିଥିବା ମହିଳାଙ୍କ SCB  ମେଡିକାଲ୍‌ରେ ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି SCB ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା। ସେ କହିଛନ୍ତି ଯେ ମହିଳା କାଲି ଆସିବା ପରେ ଆମେ ତୁରନ୍ତ ତାଙ୍କର ଚିକିତ୍ସା କରିଥିଲୁ। ଅଲ୍‌ଟ୍ରାସାଉଣ୍ଟ ବି କରିଥିଲୁ। ଡ. ଦଳେଇଙ୍କ ପାଖରେ ଆଡ୍‌ମିସନ ହୋଇଥିଲେ। ୧୮୪ ନମ୍ବର ବେଡ୍‌ରେ ଥିଲେ। ଆଜି ଦିନ ୧୨.୨୦ରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ମାଲିଗ୍ନାନ୍ସି ସମସ୍ୟା ଥିଲା ବୋଲି ସେ ସୂଚନା […]

ଅଦ୍ୟତନ ହୋଇଛି
ଟ୍ରଲିରେ ପୁରୀରୁ କଟକ ଆସିଥିବା ମହିଳାଙ୍କ SCB ମେଡିକାଲ୍‌ରେ ମୃତ୍ୟୁ

hospital

Advertisment

କଟକ: ଟ୍ରଲିରେ ପୁରୀରୁ କଟକ ଆସିଥିବା ମହିଳାଙ୍କ SCB  ମେଡିକାଲ୍‌ରେ ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି SCB ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା। ସେ କହିଛନ୍ତି ଯେ ମହିଳା କାଲି ଆସିବା ପରେ ଆମେ ତୁରନ୍ତ ତାଙ୍କର ଚିକିତ୍ସା କରିଥିଲୁ। ଅଲ୍‌ଟ୍ରାସାଉଣ୍ଟ ବି କରିଥିଲୁ। ଡ. ଦଳେଇଙ୍କ ପାଖରେ ଆଡ୍‌ମିସନ ହୋଇଥିଲେ। ୧୮୪ ନମ୍ବର ବେଡ୍‌ରେ ଥିଲେ। ଆଜି ଦିନ ୧୨.୨୦ରେ ତାଙ୍କର ମୃତ୍ୟୁ ହୋଇଛି।

Advertisment

ତେବେ ମାଲିଗ୍ନାନ୍ସି ସମସ୍ୟା ଥିଲା ବୋଲି ସେ ସୂଚନା ଦେଇଛନ୍ତି। ପେଟ ଭିତରେ କ୍ୟାନ୍‌ସର ହିଁ ମୃତ୍ୟୁର ମୁଖ୍ୟକାରଣ ବୋଲି କହିଛନ୍ତି ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା। ଆଜି ସିସିଟି କରିଥାନ୍ତୁ। ଏହା ପୂର୍ବରୁ ତାଙ୍କର ଦେହାନ୍ତ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି।  

ସୂଚନା ଥାଉକି, ସାକ୍ଷୀଗୋପାଳ ରାସବିଦ୍ୟାଧରପୁରରୁ ମହିଳାଙ୍କୁ ଟ୍ରଲିରେ  ବୋହି କଟକ ଆଣିଥିଲେ ସ୍ୱାମୀ। ଟ୍ରଲିରେ ପ୍ରାୟ ୭୦ କିଲୋମିଟର ଟାଣି ଟାଣି ଆଣିଥିଲେ ସ୍ୱାମୀ।

Advertisment

ଅର୍ଥାଭାବରୁ ଭଡ଼ା ଗାଡ଼ିରେ ଆଣିବାକୁ ଅକ୍ଷମରୁ ଟ୍ରଲିରେ ବୋହିଥିଲେ। ଓଏମ୍ପି ଛକରେ ସହାୟତାର ହାତ ବଢ଼ାଇଥିଲେ କିଛି ସ୍ୱେଚ୍ଛାସେବୀ। ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀର ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି ସ୍ୱାମୀ। ଟ୍ରଲିରେ ନ ଆଣି ଆମ୍ବୁଲାନ୍ସରେ ଆସିଥିଲେ ସମ୍ଭବତଃ ବଞ୍ଚି ପାରିଥାନ୍ତେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ