/odishatv-khabar/media/post_attachments/uploadimage/library/16_9/16_9_0/patient_1626687450.jpg)
patient
ବାରିପଦା : ପ୍ରାୟ ୪୦ ଘଣ୍ଟା ପଡ଼ି ରହିବା ପରେ ଏଚ୍ଆଇଭି ଆକ୍ରାନ୍ତ ଗର୍ଭବତୀଙ୍କ ଚିକିତ୍ସା ହେଲା । ଏହି ଅଭାବନୀୟ ଘଟଣା ଘଟିଛି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ। ମେଡିକାଲରେ ଅସହାୟ ଭାବେ ୪୦ ଘଣ୍ଟାରୁ ଅଧିକ ସମୟ ପଡ଼ି ରହିବା ପରେ ତାଙ୍କର ଚିକିତ୍ସା ହୋଇଛି । କିନ୍ତୁ ସେତେବେଳକୁ ଅଧିକ ଡେରି ହୋଇ ଯାଇଥିଲା । ମହିଳା ଏକ ଶିଶୁକୁ ଜନ୍ମ ଦେଇଥିଲେ ମଧ୍ୟ ତାର ମୃତ୍ୟୁ ହୋଇଛି ।
Advertisment
ପରିବାର ଲୋକେ ଅଭିଯୋଗ କରିଛନ୍ତି, ଡେରି କରି ଅବହେଳା କରିବାରୁ ମହିଳାଙ୍କ ମୃତ୍ୟୁ ହୋଇଛି ।
ସୂଚନା ମୁତାବକ ,ମହିଳା ଜଣକ ଜାମଦା ବ୍ଲକ ଅଞ୍ଚଳର । ଗତକାଲିଠୁ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ ମଧ୍ୟ ଏଚ୍ଆଇଭି ଆକ୍ରାନ୍ତ ହୋଇଥିବାରୁ ଡାକ୍ତର ତାଙ୍କର ଚିକିତ୍ସା କରିନଥିବା ଅଭିଯୋଗ ହୋଇଥିଲା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)