/odishatv-khabar/media/post_attachments/uploadimage/library/16_9/16_9_0/N-tomar_1627367079.jpg)
N-tomar
ଖୋର୍ଦ୍ଧା: ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନର ଆଞ୍ଚଳିକ କେନ୍ଦ୍ର। ଖୋର୍ଦ୍ଧାରେ ଏହି ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବ। କେନ୍ଦ୍ର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହାର ଶିଳାନ୍ୟାସ କରିଛନ୍ତି। ଓଡ଼ିଶା ସମେତ ଭୋପାଳ ଓ ବିକାନେରରେ ବି ଆଇଆଇପିଆର୍ ଆଞ୍ଚଳିକ କେନ୍ଦ୍ରର କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି କୃଷି ମନ୍ତ୍ରୀ।
ଡାଲି ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍ମ ନିର୍ଭରଶୀଳ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି। ବିଗତ ୫ରୁ ୬ ବର୍ଷ ଭିିତରେ ଭାରତରେ ଡାଲି ଉତ୍ପାଦନ ୧୪୦ ଲକ୍ଷ ଟନରୁ ୨୪୦ ଲକ୍ଷ ଟନକୁ ବୃଦ୍ଧି ପାଇଛି। ଭବିଶ୍ୟତର ଆବଶ୍ୟକତା ପ୍ରତି କୃଷକ ଦୃଷ୍ଟି ଦେବାକୁ ହେବ ବୋଲି କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି।
ଅନ୍ୟପଟେ ଖୋର୍ଦ୍ଧାରେ ଡାଲି ଗବେଷଣା ପ୍ରତିଷ୍ଠାନର ଆଞ୍ଚଳିକ କେନ୍ଦ୍ରର ଶିଳାନ୍ୟାସ ପରେ କୃଷି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାଦ୍ୱାରା ଓଡ଼ିଶାର କୃଷକ ବହୁମାତ୍ରାରେ ଲାଭ ପାଇବେ ବୋଲି ଧର୍ମେନ୍ଦ୍ର କହିଛନ୍ତି।
Thank Min. Shri @nstomar for laying the foundation stone of IIPR’s regional centre in Khordha. This will give a big impetus towards achieving self-sufficiency in pulse production and also encourage farmers in Odisha to diversify & take up inter-cropping in rice-fallow areas.
— Dharmendra Pradhan (@dpradhanbjp) February 11, 2021
ଏନେଇ ସେ ଟ୍ୱିଟ୍ କରି ଲେଖିଛନ୍ତି "ଖୋର୍ଦ୍ଧାରେ IIPRର ଆଞ୍ଚଳିକ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା କରିଥିବାରୁ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ। ଡାଲି ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ବଢ଼ାଇବା ସହିତ ଭିନ୍ନ ଭିନ୍ନ ଚାଷ ପାଇଁ କୃଷକଙ୍କୁ ଉତ୍ସାହିତ କରିବାକୁ ଏହା ପ୍ରେରଣା ଦବ। "
ଆଉ ଏକ ଟ୍ୱିଟ୍ରେ ପ୍ରଧାନମନ୍ତ୍ରୀଙ୍କ କୃଷି ମଙ୍ଗଳ କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଟ୍ୱିଟ୍ରେ ସେ ଲେଖିଥିଲେ " ମୋଦି ସରକାର କୃଷକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ ଅଛନ୍ତି। ସେମାନଙ୍କର ଆୟ ବୃଦ୍ଧି ସହିତ ସେମାନଙ୍କର ଉନ୍ନତି ପାଇଁ ସବୁକିଛି କରୁଛନ୍ତି। IIPRର ଏହି ଆଞ୍ଚଳିକ କେନ୍ଦ୍ର ଓଡ଼ିଶାର କୃଷି କ୍ଷେତ୍ରକୁ ମଜଭୁତ କରିବା ସହିତ ବିଭିନ୍ନ ପ୍ରକାରର ଡାଲଜାତୀୟ ଚାଷକୁ ପ୍ରୋତ୍ସାହତ କରିବ ଏବଂ ପୌଷ୍ଟିକ ସୁରକ୍ଷା ମଜଭୁତ କରିବ।"
Hon. PM Shri @narendramodi’s govt. is committed to the welfare of farmers and is doing everything to enhance their income and well-being. The regional centre will also help strengthen farming systems in Odisha, promote a variety of legume farming and boost nutritional security.
— Dharmendra Pradhan (@dpradhanbjp) February 11, 2021
ସେପଟେ ନରେନ୍ଦ୍ର ମୋଦି ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ପୂର୍ବୋଦୟ ବିକାଶ ମିଶନରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ପ୍ରୟୋଗଶାଳା କରିଥିବା ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)