/odishatv-khabar/media/post_attachments/uploadimage/library/16_9/16_9_0/ratha-puri_1627294375.jpg)
ratha puri
ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ରଥଯାତ୍ରା ବନ୍ଦ ରାୟ ପରେ ଏବେ ପ୍ରଶ୍ନ, ଠାକୁର ମନ୍ଦିର ଭିତରେ ଥାଇ କେମିତି ହେବ ଘୋଷଯାତ୍ରା ? ଗବେଷକଙ୍କ ମତରେ ୧୬୯୨ ଖ୍ରୀଷ୍ଟାବ୍ଦରେ ଶ୍ରୀଜୀଉଙ୍କ ବିଗ୍ରହ ମନ୍ଦିର ଭିତରେ ଥାଇ ବି ରଥଯାତ୍ରା ହୋଇ ପାରିନଥିଲା। ଏହାର ୩୨୮ ବର୍ଷ ପରେ ପୁଣି ସେଭଳି ଘଟଣା ଚଳିତ ବର୍ଷ ଘଟିବାକୁ ଯାଉଛି।
ସେପଟେ ଶ୍ରୀମନ୍ଦିର ଇତିହାସ କହୁଛି, ବିଭିନ୍ନ ସମୟରେ ଆକ୍ରମଣ ଓ ଲୁଣ୍ଠନକାରୀଙ୍କ ଯୋଗୁଁ ମୋଟ ୩୨ ଥର ରଥଯାତ୍ରା ହୋଇପାରି ନାହିଁ। ଶ୍ରୀବିଗ୍ରହମାନଙ୍କୁ ମନ୍ଦିର ବାହାରକୁ ସ୍ଥାନାନ୍ତର କରାଯାଇଥିବାରୁ ରଥାଯାତ୍ରା ହୋଇ ପାରିନାହିଁ।
ତେବେ ୧୬୯୨ ମସିହାରେ ଠାକୁର ମନ୍ଦିର ଭିତରେ ଥାଇ ବି ହୋଇପାରିନଥିଲା ରଥଯାତ୍ରା। ସେତେବେଳେ ଗଜପତି ଦିବ୍ୟସିଂହ ଦେବଙ୍କ ରାଜୁତି କାଳରେ ଏକରାମ ଖାଁର ଆକ୍ରମଣ ଭୟରେ ମନ୍ଦିର ବାହାରେ ରଥଯାତ୍ରା ହୋଇପାରିନଥିଲା। ଶ୍ରୀମନ୍ଦିର ବେଢ଼ା ବିମଳାଙ୍କ ମନ୍ଦିର ପଛପଟେ ଜଗନ୍ନାଥଙ୍କ ବିଗ୍ରହ ବିଜେ ହୋଇଥିବା ବେଳେ, ବ୍ରହ୍ମଗିରି ଗଡ଼କୋକଲର ଭଗବତୀ ମନ୍ଦିରକୁ ସ୍ଥାନାନ୍ତର ହୋଇଥିଲେ ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହ।
ଅନ୍ୟପଟେ ପୁରୀରେ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ବାରିପଦା ଓ କେନ୍ଦ୍ରାପଡ଼ାରେ ମଧ୍ୟ ରଥଯାତ୍ରା ବନ୍ଦ ହୋଇଛ। କୋରାପୁଟ ଶାବର ଶୀକ୍ଷେତ୍ରରେ ମୂଳରୁ ହିଁ ଏହା ଉପରେ କଟକଣା ଲଗାଇଛି ପ୍ରଶାସନ। କେବଳ ମନ୍ଦିର ଭିତରେ ଠାକୁରମାନଙ୍କ ରୀତିନୀତି କରାଯାଇପାରିବ ବୋଲି ଜିଲ୍ଲା ପ୍ରଶାସନ ଅନୁମତି ଦେଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)