Advertisment

ବିଜେଡିରେ ମିଶିଲେ ଉତ୍କଳ ଓ ପ୍ରମୋଦ

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ଉତ୍କଳ ପରିଡ଼ା ଗତକାଲି ବିଜେଡିରେ ନିଜ ସମର୍ଥକଙ୍କ ସହ ସାମିଲ ହୋଇଛନ୍ତି। ନବୀନ ନିବାସ ଯାଇ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ସେହିଭଳି ପାରାଦୀପ କଂଗ୍ରେସର ବରିଷ୍ଠ ନେତା ପ୍ରମୋଦ ଜେନା ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ଟିକେଟ୍‌ ରେସ୍‌ରୁ ବାଦ ପଡ଼ିଲା ପରେ ସେମାନେ ନିଜ ନିଜ ଦଳ ଛାଡ଼ି ଗତକାଲି ବିଜେଡିରେ ସାମିଲ ହୋଇଛନ୍ତି। କେନ୍ଦ୍ରାପଡ଼ା […]

author-image
Jyotsnamayee Pradhan
ବିଜେଡିରେ ମିଶିଲେ ଉତ୍କଳ ଓ ପ୍ରମୋଦ

kendrapara

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ଉତ୍କଳ ପରିଡ଼ା ଗତକାଲି ବିଜେଡିରେ ନିଜ ସମର୍ଥକଙ୍କ ସହ ସାମିଲ ହୋଇଛନ୍ତି। ନବୀନ ନିବାସ ଯାଇ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି।

Advertisment

ସେହିଭଳି ପାରାଦୀପ କଂଗ୍ରେସର ବରିଷ୍ଠ ନେତା ପ୍ରମୋଦ ଜେନା ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ଟିକେଟ୍‌ ରେସ୍‌ରୁ ବାଦ ପଡ଼ିଲା ପରେ ସେମାନେ ନିଜ ନିଜ ଦଳ ଛାଡ଼ି ଗତକାଲି ବିଜେଡିରେ ସାମିଲ ହୋଇଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ଉପସଭାପତି ଗୀତାଞ୍ଜଳୀ ସେଠୀ, କଂଗ୍ରେସର ଅବଜରଭର ରଞ୍ଜନ କୁମାର ଦାସ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି।

Advertisment

ଅନ୍ୟ ନେତାଙ୍କ ମଧ୍ୟରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ଉପସଭାପତି ସନ୍ତୋଷ କୁମାର ଦାସ, ଓଡ଼ିଶା ପ୍ରଦେଶ କଂଗ୍ରେସ କିଷାନ ସେଲ୍ ସେକ୍ରେଟାରୀ ବିଶ୍ୱନାଥ ପାଣି, ପାରାଦୀପ ୟୁଥ୍ କଂଗ୍ରେସ ପ୍ରେସିଡେଣ୍ଟ ସନ୍ତୋଷ କୁମାର ବିଶ୍ୱାଳ , ପାରାଦୀପ କାଉନସିଲର ମନୋଜ କୁମାର ବେହେରା ମଧ୍ୟ ନିଜ ନିଜ ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି ।

Advertisment
Advertisment