Advertisment

କୋଟିଆ ପରେ ପାତ୍ରପୁର ଉପରେ ଆନ୍ଧ୍ରର ଆଖି

ଭୁବନେଶ୍ୱର: କେବଳ କୋରାପୁଟ ଜିଲ୍ଲା କୋଟିଆ ନୁହେଁ, ଗଞ୍ଜାମ ଜିଲ୍ଲା ଚିିକିଟିର ପାତ୍ରପୁରରେ ମଧ୍ୟ ନିର୍ବାଚନ କରାଉଛନ୍ତି ଆନ୍ଧ୍ରପ୍ରଦେଶ ସରକାର। ଓଟିଭି ବିତର୍କରେ ସାମିଲ ହୋଇ ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର ଏହା କହିଛନ୍ତି। ଏହି ପ୍ରସଙ୍ଗରେ ଆପତ୍ତି ଉଠାଇ ଭୃଗୁ କହିଛନ୍ତି ଯେ, କେବଳ କୋଟିଆ ନୁହେଁ, ଓଡ଼ିଶାର ସୀମା ଆଜି ଅସୁରକ୍ଷିତ। ଆଜି ଚିକିଟି ବିଧାନସଭାର ପାତ୍ରପୁର ବ୍ଲକ୍‌ରେ ମଧ୍ୟ ଆନ୍ଧ୍ରପ୍ରଦେଶ ନିର୍ବାଚନ କରାଉଛି।କୋଟିଆ ଏବଂ ଚିକିଟି ପାତ୍ରପୁରରେ ଓଡ଼ିଆ ଲୋକ ଆନ୍ଧ୍ରପ୍ରଦେଶର […]

author-image
Rajalaxmi Sahoo
କୋଟିଆ ପରେ ପାତ୍ରପୁର ଉପରେ ଆନ୍ଧ୍ରର ଆଖି

Bhrugu Baxipatra

ଭୁବନେଶ୍ୱର: କେବଳ କୋରାପୁଟ ଜିଲ୍ଲା କୋଟିଆ ନୁହେଁ, ଗଞ୍ଜାମ ଜିଲ୍ଲା ଚିିକିଟିର ପାତ୍ରପୁରରେ ମଧ୍ୟ ନିର୍ବାଚନ କରାଉଛନ୍ତି ଆନ୍ଧ୍ରପ୍ରଦେଶ ସରକାର। ଓଟିଭି ବିତର୍କରେ ସାମିଲ ହୋଇ ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର ଏହା କହିଛନ୍ତି।

Advertisment

ଏହି ପ୍ରସଙ୍ଗରେ ଆପତ୍ତି ଉଠାଇ ଭୃଗୁ କହିଛନ୍ତି ଯେ, କେବଳ କୋଟିଆ ନୁହେଁ, ଓଡ଼ିଶାର ସୀମା ଆଜି ଅସୁରକ୍ଷିତ। ଆଜି ଚିକିଟି ବିଧାନସଭାର ପାତ୍ରପୁର ବ୍ଲକ୍‌ରେ ମଧ୍ୟ ଆନ୍ଧ୍ରପ୍ରଦେଶ ନିର୍ବାଚନ କରାଉଛି।କୋଟିଆ ଏବଂ ଚିକିଟି ପାତ୍ରପୁରରେ ଓଡ଼ିଆ ଲୋକ ଆନ୍ଧ୍ରପ୍ରଦେଶର ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ହେଉଛନ୍ତି। ତେବେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ସେଇ ଅଞ୍ଚଳର ଲୋକମାନଙ୍କର ଯୋଡ଼ିଏ ଲେଖାଏ ରାସନ୍‌ କାର୍ଡ, ଆଧାର କାର୍ଡ ଓ  ଭୋଟର କାର୍ଡ ଅଛି ବୋଲି କାହିଁକି ଅନୁସନ୍ଧାନ କଲେ ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଭୃଗୁ।

ଅନ୍ୟପକ୍ଷେ, ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ରଙ୍କ ଆପତ୍ତି ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମ୍ରୁତା କୁଲାଙ୍ଗେ ପ୍ରତିକ୍ରିୟା ରଖିଛନ୍ତି। କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ନ ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମ୍ରୁତା କୁଲାଙ୍ଗେ କହିଛନ୍ତି, ଏଯାଏ ତାଙ୍କ ପାଖକୁ ସେଭଳି କୌଣସି ଖବର ଆସିନାହିଁ। ସୀମାନ୍ତବର୍ତ୍ତୀ ଅଞ୍ଚଳ ଉପରେ ଜିଲ୍ଲା ପ୍ରଶାସନର ନଜର ରହିଛି। ସେଭଳି କୌଣସି ଖବର ଆସିଲେ ପଦକ୍ଷେପ ନିଆଯିବ।

Advertisment

ସୂଚନାଥାଉ କି, ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପାଇଁ କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ୩ଟି ଗାଁରୁ ୧୫ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଓଡ଼ିଶାର ତଳଗଞ୍ଜେଇପଦରରୁ ସର୍ବାଧିକ ୧୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଘଟଣା ପରେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ବଦଳି ହୋଇଥିବା ଚର୍ଚ୍ଚା ଜୋର ଧରିଛି।

Andhra Odisha Border Dispute
Advertisment
Advertisment