Advertisment

Malkangiri Border Issue: ସୀମାନ୍ତ ଗାଁ ଉପରେ ଆନ୍ଧ୍ର ଆଖି; ସୁବିଧା ଦେଇ ନିଜ କବଜାକୁ ନେଉଛି

କୋଟିଆ ପରେ ଆନ୍ଧ୍ର ଏବେ ମାଲକାନଗିରି ସୀମାନ୍ତରେ ଥିବା ଗାଁଗୁଡିକକୁ ନିଜ କବ୍‌ଜାକୁ ନେଉଛି। ଜୁମଡାଙ୍ଗ ଗ୍ରାମ ପରେ ଓଡିଶାର ଗାଁ ଦୋରାଗୁଡାକୁ କବଜା କରିସାରିଲାଣି ଆନ୍ଧ୍ର। ଅସ୍ଥାୟୀ ସ୍କୁଲ କରି ତେଲୁଗୁ ପାଠ ପଢାଉଥିବା ବେଳେ ମାଗଣା ବିଦ୍ୟୁତ ଓ ଜଳ ସଂଯୋଗ ଯୋଗାଇଛି ଆନ୍ଧ୍ର ସରକାର।

author-image
Pramod Behera
Malkangiri Border Issue

ସୀମାନ୍ତ ଗାଁ ଉପରେ ଆନ୍ଧ୍ର ଆଖି Photograph: (OTV)

କୋଟିଆ ପରେ ଆନ୍ଧ୍ର ଏବେ ମାଲକାନଗିରି ସୀମାନ୍ତରେ ଥିବା ଗାଁଗୁଡିକକୁ ନିଜ କବ୍‌ଜାକୁ ନେଉଛି। ଜୁମଡାଙ୍ଗ ଗ୍ରାମ ପରେ ଓଡିଶାର ଗାଁ ଦୋରାଗୁଡାକୁ କବଜା କରିସାରିଲାଣି ଆନ୍ଧ୍ର। ଅସ୍ଥାୟୀ ସ୍କୁଲ କରି ତେଲୁଗୁ ପାଠ ପଢାଉଥିବା ବେଳେ ମାଗଣା ବିଦ୍ୟୁତ ଓ ଜଳ ସଂଯୋଗ ଯୋଗାଇଛି ଆନ୍ଧ୍ର ସରକାର। ମେଡିକାଲ ଓ ସ୍କୁଲ ଗୃହ କାର୍ଯ୍ୟ ଆନ୍ଧ୍ର ସରକାର ଆରମ୍ଭ କରିଥିବା ବେଳେ ଆବାସ ଓ ଭତ୍ତା ତଥା ଚାଉଳ ମଧ୍ୟ ସହାୟତା ଦେଇ ଆସୁଛି ଆନ୍ଧ୍ର। ଏପଟେ ଜିଲ୍ଲା ପ୍ରଶାସନ କହିଛି ଏହାକୁ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ।

Advertisment

ସୂଚନା ମୁତାବକ, ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳର ଆନ୍ଧ୍ରକୁ ଲାଗି ରହିଥିବା ସୀମାନ୍ତର ଗୋଟିଏ ପରେ ଗୋଟିଏ ଗାଁକୁ ନିଜ କବଜାକୁ ନେଇ ଚାଲିଛି ଆନ୍ଧ୍ର ସରକାର। ପ୍ରଥମେ ଜୁମଡାଙ୍ଗ ଓ ପରେ ଦୋରାଗୁଡା ଏବେ ଆନ୍ଧ୍ର କବଜାରେ। ଦୋରାଗୁଡାକୁ ଓଡିଶା ଦେଇ ରାସ୍ତା ନଥିବା ବେଳେ ଆନ୍ଧ୍ର ସରକାର ସେହି ଗାଁକୁ ତିଆରି କରୁଛି ପ୍ରଶସ୍ତ ରାସ୍ତା। ଓଡିଆ ପିଲା ଆନ୍ଧ୍ରର ଅସ୍ଥାୟୀ ସ୍କୁଲରେ ପଢୁଛନ୍ତି ତେଲୁଗୁ ପାଠ। ଏପରିକି ଓଡିଶା ଛାତ୍ରଛାତ୍ରୀଙ୍କ ମାତୃଭାଷା ଏବେ ଓଡିଆ ବଦଳରେ ହୋଇଛି ତେଲୁଗୁ।

ଖାଲି ସେତିକି ନୁହେଁ, ସବୁ ଘରକୁ ମାଗଣା ଓ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଇ ଦେଇଛି ଆନ୍ଧ୍ର। ବିଦ୍ୟୁତ ନଥିଲେ ତମାମ ଗାଁକୁ ସୋଲାର ଲାଇଟ ଲଗାଇ ରାତି ହେଲେ କରୁଛି ଉଜ୍ଜ୍ୱଳ। ପିଡିଏସ ଚାଉଳ ଯୋଗାଇ ଦେଉଛି। ଏପରିକି ଓଡିଶାର ପଟ୍ଟା ଜାଗା ଉପରେ ବିଦ୍ୟାଳୟ ଓ ଚିକିତ୍ସାଳୟ ଗୃହ କାର୍ଯ୍ୟ ମଧ୍ୟ ଜାରି ରଖିଛି ଆନ୍ଧ୍ର। ଆବାସ ଯୋଜନା ପାଇଁ ଯୋଗାଇ ଦେଇଛି ଅର୍ଥ। 

Advertisment

କିଛି ଦିନ ତଳେ ଓଡିଶାର ଭୋଟର କାର୍ଡଧାରୀ ଭୋଟର ଓ ଆଧାର କାର୍ଡ ଥିବା ଲୋକେ ଏବେ ଆନ୍ଧ୍ରର ଭୋଟର ଓ ଆଧାର କାର୍ଡ ତାଲିକାରେ। ତେବେ ଓଡିଶା ସରକାର କିମ୍ବା ପ୍ରଶାସନ କୌଣସି ମୌଳିକ ସୁବିଧା ପହଞ୍ଚାଇ ନ ଥିବାରୁ ଆନ୍ଧ୍ରର ସୁବିଧା ସୁଯୋଗ ପାଇ ଆନ୍ଧ୍ର ମୁହାଁ ହୋଇଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା।

ଏନେଇ ତହସିଲ ଏବଂ ବ୍ଲକ କର୍ମଚାରୀଙ୍କୁ ସେହି ସ୍ଥାନକୁ ପଠାଯିବ ଏବଂ ସ୍ଥିତିର ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ। ଓଡିଶା ପଟୁ ଅପହଞ୍ଚ ଥିବାରୁ ଗାଁଗୁଡିକରେ ଏଭଳି ସ୍ଥିତି ଉପୁଜିଛି। ଏହାର ତୁରନ୍ତ ସମାଧାନ କରାଯିବ ବୋଲି ସେ କହିଛନ୍ତି।

Malkangiri Border Issue Kotia
Advertisment
Advertisment