/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error106_1622212752.jpg)
Flood
ବାଲେଶ୍ୱର: ବାତ୍ୟା ୟାସ ଯିବାର ୨ ଦିନ ପରେ ସୁବର୍ଣ୍ଣରେଖା ନଦୀରେ ଆସିଛି ମଧ୍ୟମ ଧରଣର ବନ୍ୟା । ଉପରମୁଣ୍ଡରେ ଅବିଶ୍ରାନ୍ତ ବର୍ଷା ଫଳରେ ସୁବର୍ଣ୍ଣରେଖାର ଗର୍ଭ ଫୁଲୁଥିବାରୁ ବାଲେଶ୍ୱର ଜିଲ୍ଲାର ୩ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଉଛି । ଏଥିପାଇଁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରିଛି ଜିଲ୍ଲା ପ୍ରଶାସନ ।
/odishatv-khabar/media/post_attachments/wp-content/uploads/2021/05/vlcsnap-error825.png)
ସାମୁଦ୍ରିକ ଝଡ଼ ୟାସ୍ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷାର ଦିନକ ପରେ ଫୁଲୁଛି ସୁବର୍ଣ୍ଣରେଖା । ଶୁଖିଲା ପଡ଼ିଥିବା ନଦୀ ଗର୍ଭରେ ସୁ ସୁ ହୋଇ ମାଡ଼ି ଆସୁଛି ଅଦିନିଆ ବନ୍ୟାଜଳ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍ ରାଜଘାଟର ନଦୀ ଉପରମୁଣ୍ଡ ଗାଲୁଡିହା ବ୍ୟାରେଜରୁ ୩ ଲକ୍ଷ କ୍ୟୁସେକ୍ ଜଳ ଛାଡ଼ାଯିବା ପରେ ରାଜଘାଟ ନିକଟରେ ବିପଦ ସଙ୍କେତ ଛୁଇଁବାକୁ ଯାଉଛି ବନ୍ୟାଜଳ । ଯଦି ଏଠି ବନ୍ୟାଜଳ ବିପଦ ସଙ୍କେତ ଛୁଇଁବ, ତେବେ ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ବ୍ଲକର ପ୍ରାୟ ୨୦ଟି ପଞ୍ଚାୟତ ଏହା ଦ୍ୱାରା ବିଶେଷ ପ୍ରଭାବିତ ହେବା ଅନୁମାନ କରାଯାଉଛି । ଏଥିପାଇଁ ନଦୀକୂଳିଆ ଓ ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ ।
/odishatv-khabar/media/post_attachments/wp-content/uploads/2021/05/vlcsnap-error524.png)
ଏଣେ ବନ୍ୟା ସ୍ଥିତି ଅନୁଧ୍ୟାନ ପରେ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ସୁବର୍ଣ୍ଣରେଖାରେ ମଧ୍ୟମ ଧରଣର ବନ୍ୟା ଆସିପାରେ । ତଳିଆ ଅଞ୍ଚଳରେ ପାଣି ପଶିଲେ ବି ବେଶି ସମୟ ଅଟକିବ ନାହିଁ । ତେଣୁ ବନ୍ୟାକୁ ନେଇ ଲୋକେ ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି ।
/odishatv-khabar/media/post_attachments/wp-content/uploads/2021/05/vlcsnap-error147-1.png)
ସେପଟେ ଗୁରୁବାର ଅପେକ୍ଷା ଶୁକ୍ରବାର ସକାଳୁ ବୈତରଣୀରେ କମିବାରେ ଲାଗିଛି ଜଳସ୍ତର । ନଦୀରେ ପାଣି କମୁଥିଲେ ବି ଏବେବି ବିପଦମୁକ୍ତ ହୋଇନି ନଦୀକୂଳିଆ ଅଞ୍ଚଳ । ଏଣେ ବୈତରଣୀରେ ଆସିଥିବା ବନ୍ୟାରେ ଯାଜପୁର ଜିଲ୍ଲାର ୪ଟି ବ୍ଲକ୍ କୋରେଇ, ଦଶରଥପୁର, ଯାଜପୁର ଓ ବିଞ୍ଝାରପୁର ବ୍ଲକର ୧୦୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି । ଲୋକେ ଏବେ ବି ନଦୀବନ୍ଧରେ ଆଶ୍ରୟ ନେଇଥିବା ବେଳେ ଗାଁ ଭିତରେ ଲହଡ଼ି ଭାଙ୍ଗୁଛି ବନ୍ୟା ଜଳ । ଏହାରି ଭିତରେ ଶୁକ୍ରବାର ଭୋରରୁ ବୈତରଣୀର ଶାଖା, କାଣୀ ନଦୀରେ ସୃଷ୍ଟି ହୋଇଛି ବିଶାଳ ଘାଇ । ଦଶରଥପୁର ମଲ୍ଲିକାପୁରରେ ହୋଇଥିବା ଏହି ଘାଇ ଯୋଗୁଁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି । ତେବେ ନଦୀରେ ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଥିବାରୁ ବନ୍ୟା ସ୍ଥିତିରେ ଖୁବଶୀଘ୍ର ସୁଧାର ଆସିବା ନେଇ ଆଶା ରଖିଛି ଜିଲ୍ଲା ପ୍ରଶାସନ ।
/odishatv-khabar/media/post_attachments/wp-content/uploads/2021/05/vlcsnap-error189.png)
ସେହିଭଳି ଭଦ୍ରକ ଆଖୁଆପଦାଠାରେ ଏବେ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ । ସକାଳ ଅପେକ୍ଷା ନଦୀର ଜଳସ୍ତର କମୁଥିଲେ ବି ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରୀପୋଖରୀ ବ୍ଲକର ବହୁ ଗାଁ ଜଳମଗ୍ନ ହୋଇଛି । ଧାମନଗର ବ୍ଲକର ୮ଟି ଓ ଭଣ୍ଡାରିପୋଖରୀ ବ୍ଲକର ୬ ପଞ୍ଚାୟତ ଏବେ ବି ବାହ୍ୟ ଜଗତରୁ ବିଛିନ୍ନ ରହିଛି । ଏଦୁଇ ବ୍ଲକ ଅଞ୍ଚଳରେ ବହୁ ମୁଖ୍ୟ ରାସ୍ତା ଉପରେ ପାଣି ସୁଅ କାଟୁଥିବା ବେଳେ ଶହ ଶହ ଏକର ଚାଷ ଜମିକୁ ବୁଡାଇ ରଖିଛି ବନ୍ୟାପାଣି । ସେହିଭଳି ବୈତରଣୀର ଉଛୁଳା ପାଣି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ବହୁ ଅଞ୍ଚଳରେ ଧସେଇ ପଶି ଥିବାରୁ ଏଠିବି ବନ୍ୟା ସ୍ଥିତି ଲାଗି ରହିଛି ।
/odishatv-khabar/media/post_attachments/wp-content/uploads/2021/05/vlcsnap-error203.png)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)