/odishatv-khabar/media/post_attachments/uploadimage/library/16_9/16_9_0/maxresdefault-1_1626257141.jpg)
Jeneratör
ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା। ତେବେ ବାତ୍ୟାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଏସଆରସି। ସେ କହିଛନ୍ତି ଯେ, ବାତ୍ୟା ପବନ କମୁ କମୁ କିଛି ଲୋକ ଜେନେରେଟର ଲଗାଇଥାନ୍ତି। ତେଣୁ ଏହାଦ୍ୱାରା ବ୍ୟାକ୍ କରେଣ୍ଟ ଯାଏ, ଯେଉଁଥି ଲାଗି ବିଦ୍ୟୁତ୍ କର୍ମଚାରୀ ମୃତାହତ ହୁଅନ୍ତି। ତେଣୁ ବାତ୍ୟା ପରେ ଜେନେରେଟର ନଲଗାଇବା ଲାଗି ପରାମର୍ଶ ଦେଲେ ଏସଆରସି। ବାତ୍ୟା ପରେ ସକାଳ ୬ରୁ ସଂଧ୍ୟା ୬ ଯାଏ ଜେନେରେଟର ନଲଗାଇବାକୁ କହିଲେ ଏସଆରସି। ଏହାସହ ବାତ୍ୟାରେ ସତର୍କ ରହିବାକୁ କହିଲେ SRC ପ୍ରଦୀପ ଜେନା।
ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ
କେବଳ ଏତିକି ନୁହେଁ ବରଂ ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ SRC ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ବାଲେଶ୍ୱର ଜି ଲ୍ଲାରେ ୪ ମିଟର ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆର ଉଠିବ। ପାରାଦୀପରୁ ଧାମରା ପର୍ଯ୍ୟନ୍ତ ୨/୩ ମିଟର ଜୁଆର ଉଠିପାରେ। ଏବଂ ବାତ୍ୟା ପ୍ରଭାବରେ ଓଡ଼ିଶାରେ କାଲିଠାରୁ ବର୍ଷା ବଢ଼ିବା ସହ କାଲି ସଂଧ୍ୟାରୁ ପବନ ବେଗ ବଢ଼ିବ। ଆଜିଠାରୁ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛୁ ବୋଲି ଏସଆରସି କହିଛନ୍ତି। ଏହାସହ କାଲି ଅପରାହ୍ନ ପୂର୍ବରୁ ସ୍ଥାନାନ୍ତରଣ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଶ୍ରୟସ୍ଥଳୀରେ ସମସ୍ତଙ୍କୁ ମାସ୍କ ଦିଆଯିବା ବ୍ୟବସ୍ଥା ହୋଇଛି। କେବଳ ଏତିକି ନୁହେଁ ବରଂ ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ, ଛତୁଆ ଓ ପିଲାଙ୍କୁ ବିସ୍କୁଟ ଦିଆଯିବ ବୋଲି ଏସଆରସି କହିଛନ୍ତି।
ସେପଟେ, ବାତ୍ୟା ୟାସ୍ ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ଆମକୁ ଏକ ସମୟରେ ଦୁଇଟି ବଡ଼ ବିପଦର ମୁକାବିଲା କରିବାକୁ ହେବ। ଗତବର୍ଷ ଆମେ କୋଭିଡ଼ ସହ ଅମ୍ପନ ବାତ୍ୟାକୁ ସାମ୍ନା କରିଥିଲେ। ବାତ୍ୟା ଓଡ଼ିଶା ପାଇଁ ନୂଆ ନୁହେଁ, ତଥାପି ଆମକୁ ସାବଧାନ ରହିବାକୁ ହେବ। ସାମାନ୍ୟ ଅବହେଳା ଆମ ପାଇଁ ବଡ଼ ବିପଦ ସୃଷ୍ଟି କରିବ ବୋଲି ନବୀନ କହିଛନ୍ତି। ବାତ୍ୟା ଓ କୋଭିଡ଼ର ମୁକାବିଲା କରିବାକୁ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଆପଣମାନଙ୍କ ସହଯୋଗ ହିଁ ଆମ ପ୍ରସ୍ତୁତିକୁ ମଜବୁତ କରିବ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ସାଢ଼େ ୪ କୋଟି ଓଡ଼ିଶାବାସୀ ମୋ ପରିବାର। ମୋ ପରିବାରର ନିରାପତ୍ତା ମୋ ପାଇଁ ପ୍ରାଥମିକତା। ଆଶ୍ରୟସ୍ଥଳୀ ବା ନିରାପଦ ସ୍ଥାନକୁ ଯିବାକୁ ନବୀନ ନିବେଦନ କରିଛନ୍ତି। କରୋନା ସମୟରେ ଆମକୁ ଅଧିକ ସାବଧାନ ରହିବାକୁ ହେବ। ଆଶ୍ରୟସ୍ଥଳୀରେ ବା ଘରେ ବାତ୍ୟା ବେଳେ ଦୁଇଟି ମାସ୍କ ପିନ୍ଧନ୍ତୁ। ସମସ୍ତେ ଦୁଇ ବିପଦ ବିରୋଧରେ ଏକାଠି ଲଢ଼ିବା ଓ ନିଶ୍ଚିତ ଜିତିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)