BBSR
ଭୁବନେଶ୍ୱର: ଅଧଘଣ୍ଟାର ବର୍ଷାରେ ଜଳାର୍ଣ୍ଣବ ରାଜଧାନୀ । ଆଜି ଅପରାହ୍ନରେ ହଠାତ୍ ରାଜଧାନୀ ଭୁବନେଶ୍ୱର ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା । ଏହା ପରେ ହଠାତ୍ ମୁଷଳ ଧାରାରେ ବର୍ଷିଥିଲା । ସ୍ଥିତି ଏମିତି ହୋଇଥିଲା ଯେ ମାତ୍ର ଅଧ ଘଣ୍ଟାରେ ବୁଡ଼ି ଯାଇଥିଲା ରାଜଧାନୀର ବହୁ ପ୍ରମୁଖ ଅଞ୍ଚଳ ।
ବିଶେଷକରି ଇସ୍କନ ମନ୍ଦିର ସାମ୍ନା ଜାତୀୟ ରାଜପଥ, ନୟାପଲ୍ଲୀ ବେହେରା ସାହି, ବମିଖାଲ, ଲକ୍ଷ୍ମୀ ସାଗର ଓ ସୁନ୍ଦରପଦା ଅଞ୍ଚଳରେ କୁତ୍ରିମ ବନ୍ୟା ସୃଷ୍ଟି ହୋଇଥିଲା । ଏହାସହ ଭାରି ଦୟନୀୟ ସ୍ଥିତି ଉପୁଜିଥିଲା । ଜାତୀୟ ରାଜପଥରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବାରୁ ରାସ୍ତାରେ ଯାଆସ ଠପ୍ ହୋଇଯାଇଥିଲା । ଏପରିକି ପାଣି ସୁଅରେ ବୁଡ଼ି ଯାଇଥିଲା ବହୁ କାର ଓ ବାଇକ୍ ।
ତଳିଆ ଅଞ୍ଚଳରେ କେଉଁଠି କେଉଁଠି ଅଣ୍ଟାଏ ଉଚ୍ଚର ପାଣି ମଧ୍ୟ ଛିଡ଼ା ହୋଇ ରହିଥିଲା । ରାସ୍ତାରେ ଖାଲ ଓ ଢିପ ଜାଣି ନପାରି ବହୁ ବାଇକ ଆରୋହୀ ରାସ୍ତାରେ ପଡ଼ି ଆହତ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ଏମତିକି କାର ଡ୍ରାଇଭର ବି ନିରୁପାୟ ହୋଇ ପଡ଼ିଥିଲେ । ମାତ୍ର ଅଧଘଣ୍ଟାଏ ଭିତରେ ରାଜଧାନୀର ଏ ଜଳାର୍ଣ୍ଣବ ସ୍ଥିତି ସ୍ମାର୍ଟସିଟି ବାସିନ୍ଦାଙ୍କୁ ନାକେଦମ କରିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/BBSR_1625454357.jpg)