Advertisment

ଜୀବନ ଭୟରେ ଥାନା ଆଗରେ ରାତ୍ରିଯାପନ କଲା ପରିବାର

ଭଦ୍ରକ: ଜୀବନ ଭୟରେ ସାରା ରାତି ଥାନା ଆଗରେ ରାତ୍ରିଯାପନ କଲେ ଗୋଟିଏ ପରିବାର। ପୋଲିସ ବି କିଛି ସହାୟତା କଲାନି, ବରଂ ସକାଳ ହେବା ପରେ ହିଁ ଆସିବାକୁ କହିଥିବା ପୀଡ଼ିତ ଅଭିଯୋଗ କରିଛନ୍ତି। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନାରେ। ମାଳଦା ପଞ୍ଚାୟତ ରାମପୁର ଗାଁର ଏକ ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଏପରି ବିବାଦ ସୃଷ୍ଟି ହୋଇଛି। ଗାଁର ସୁରେନ୍ଦ୍ର ଜେନା ଅଭିଯୋଗ କରିଛନ୍ତି, ତାଙ୍କ ବ୍ୟକ୍ତିଗତ ଜାଗାରେ ଗାଁ […]

ଜୀବନ ଭୟରେ ଥାନା ଆଗରେ ରାତ୍ରିଯାପନ କଲା ପରିବାର

bhadrak

Advertisment

ଭଦ୍ରକ: ଜୀବନ ଭୟରେ ସାରା ରାତି ଥାନା ଆଗରେ ରାତ୍ରିଯାପନ କଲେ ଗୋଟିଏ ପରିବାର। ପୋଲିସ ବି କିଛି ସହାୟତା କଲାନି, ବରଂ ସକାଳ ହେବା ପରେ ହିଁ ଆସିବାକୁ କହିଥିବା ପୀଡ଼ିତ ଅଭିଯୋଗ କରିଛନ୍ତି। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନାରେ।

Advertisment

ମାଳଦା ପଞ୍ଚାୟତ ରାମପୁର ଗାଁର ଏକ ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଏପରି ବିବାଦ ସୃଷ୍ଟି ହୋଇଛି। ଗାଁର ସୁରେନ୍ଦ୍ର ଜେନା ଅଭିଯୋଗ କରିଛନ୍ତି, ତାଙ୍କ ବ୍ୟକ୍ତିଗତ ଜାଗାରେ ଗାଁ ଲୋକେ ରାସ୍ତା ନିର୍ମାଣ କରୁଛନ୍ତି। ଏହାକୁ ବିରୋଧ କରିବାକୁ ମାରି ଦେବାକୁ ଧମକ ଦେଇଥିଲେ କିଛି ଲୋକ। ଜୀବନ ବଞ୍ଚାଇବା ପାଇଁ ସେ ଭଣ୍ଡାରିପୋଖରୀ ଥାନାରେ ପହଞ୍ଚିଥିଲେ। କିନ୍ତୁ ପୋଲିସ ସାହାଯ୍ୟ କରିବା ବଦଳରେ ସକାଳୁ ଆସିବ ବୋଲି କହିଥିବା ସୁରେନ୍ଦ୍ର ଅଭିଯୋଗ କରିଛନ୍ତି।

ତେଣୁ ପୂରା ପରିବାର ଥାନା ଆଗରେ ରାତ୍ରୀଯାପନ କରିଥିଲେ। ଦକ୍ଷିଣ ବାଡ଼ ସରପଞ୍ଚ ବିଜୟ ମହାନ୍ତି ଏହା ଜାଣିବାକୁ ପାଇବା ପରେ ସେମାନଙ୍କୁ ନେଇ ନିଜ ପଞ୍ଚାୟତରେ ଆଶ୍ରୟ ଦେଇଥିଲେ। ଆଜି ସକାଳେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ