Advertisment

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ସାମ୍ନାକୁ ଆସିଲେ ସମ୍ପୃକ୍ତ ଯୁବତୀ, କହିଲେ ପ୍ରେମ ଏକତରଫା ନୁହେଁ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ସଂପୃକ୍ତ କୁହାଯାଉଥିବା ଯୁବତୀ ଜଣକ ବର୍ତ୍ତମାନ ସାମ୍ନାକୁ ଆସିଛନ୍ତି। ଆଦିତ୍ୟଙ୍କ ବାପା, ମା ଏବଂ ପତ୍ନୀ ମୁହଁ ଖୋଲିବା ପରେ ବାଲେଶ୍ୱର ଜିଲ୍ଳାର ଚିନ୍ମୟୀ ମହାପାତ୍ର ନାମକ ଜଣେ ଯୁବତୀ ସାମ୍ନାକୁ ଆସି ନିଜର ପ୍ରତିକ୍ରିୟା ରଖିଛନ୍ତି। ଆଦିତ୍ୟଙ୍କ ସହ ତାଙ୍କ ପ୍ରେମ ସଂପର୍କ ଥିଲା ବୋଲି କହିଛନ୍ତି ଚିନ୍ମୟୀ। କିନ୍ତୁ ଏକତରଫା ନୁହେଁ, ଉଭୟଙ୍କ ମଧ୍ୟରେ ନର୍ମାଲ ଓ ଡିଷ୍ଟାନ୍ସ ପ୍ରେମ ସଂପର୍କ ଥିଲା […]

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ସାମ୍ନାକୁ ଆସିଲେ ସମ୍ପୃକ୍ତ ଯୁବତୀ, କହିଲେ ପ୍ରେମ ଏକତରଫା ନୁହେଁ

chinmayee

Advertisment

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ସଂପୃକ୍ତ କୁହାଯାଉଥିବା ଯୁବତୀ ଜଣକ ବର୍ତ୍ତମାନ ସାମ୍ନାକୁ ଆସିଛନ୍ତି। ଆଦିତ୍ୟଙ୍କ ବାପା, ମା ଏବଂ ପତ୍ନୀ ମୁହଁ ଖୋଲିବା ପରେ ବାଲେଶ୍ୱର ଜିଲ୍ଳାର ଚିନ୍ମୟୀ ମହାପାତ୍ର ନାମକ ଜଣେ ଯୁବତୀ ସାମ୍ନାକୁ ଆସି ନିଜର ପ୍ରତିକ୍ରିୟା ରଖିଛନ୍ତି। ଆଦିତ୍ୟଙ୍କ ସହ ତାଙ୍କ ପ୍ରେମ ସଂପର୍କ ଥିଲା ବୋଲି କହିଛନ୍ତି ଚିନ୍ମୟୀ। କିନ୍ତୁ ଏକତରଫା ନୁହେଁ, ଉଭୟଙ୍କ ମଧ୍ୟରେ ନର୍ମାଲ ଓ ଡିଷ୍ଟାନ୍ସ ପ୍ରେମ ସଂପର୍କ ଥିଲା ବୋଲି  ଚିନ୍ମୟୀ କହିଛନ୍ତି।

Advertisment

ଏ ନେଇ ସେ ସୂଚନା ଦେଇ କହିଛନ୍ତି, ମୁଁ ଭୁବନେଶ୍ୱର ସଂପର୍କୀୟଙ୍କ ଘରକୁ ଗଲେ ତାଙ୍କୁ ଭେଟିଥାଏ। ତାଙ୍କ ଆଶ୍ରମକୁ ଥରେ ଦୁଇଥର ଯାଇ ତାଙ୍କୁ ଭେଟିଛି। ମୋତେ ସାଇକୋ ଲେଡି ବୋଲି ଯାହା କହୁଛନ୍ତି, ତାହା ପୂରା ମିଛ। ଏହାକୁ ନେଇ ମୁଁ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହେବି ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବାହାଘର ପରଠାରୁ ଆଦିତ୍ୟଙ୍କ ସହ ମୋର କିଛି ବି ସଂପର୍କ ନଥିଲା। ଫେସବୁକ୍‌ରୁ ଆମର ଦେଖାସାକ୍ଷାତ, ସଂପର୍କ ହୋଇଥିଲା। ମୁଁ ଚାହୁଁଛି ପ୍ରକୃତ ଦୋଷୀ ସାମ୍ନାକୁ ଆସୁ, ନ୍ୟାୟ ମିଳୁ।  ବିସ୍ମିତ ଦାସ ମୋ ଉପରେ ଯେଉଁ ଆରୋପ ଲଗାଉଛନ୍ତି, ତାହା ମିଛ। ମୋ ନାଁରେ ମିଛ, ଅପପ୍ରଚାର ହେଉଥିବାରୁ ଆଜି ସାମ୍ନାକୁ ଆସିଲି ବୋଲି ଚିନ୍ମୟୀ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ