Advertisment

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କର ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କର ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ

bidhyashree

Advertisment

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କର ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ ହୋଇଛି। ଭୁବନେଶ୍ୱର ଫରେନସିକ୍ ଲ୍ୟାବରେ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଛି। ଆଦିତ୍ୟଙ୍କ ବନ୍ଧୁ ବିକାଶ, ପପୁ ଓ ପ୍ରୀତମଙ୍କର ମଧ୍ୟ ଏହି ଟେଷ୍ଟ ହୋଇପାରେ। ଲାଏ ଡିଟେକ୍ସନ୍ ଟେଷ୍ଟ ପରେ କ୍ରାଇମବ୍ରାଞ୍ଚକୁ କିଛି ଖିଅ ମିଳିପାରେ ବୋଲି ଆଶା କରାଯାଉଛି। ଏହି ଟେଷ୍ଟ ଲାଗି ପୂର୍ବରୁ ଫରେନସିକ୍ ବିଭାଗକୁ ଚିଠି ଲେଖିଥିଲା କ୍ରାଇମବ୍ରାଞ୍ଚ।Social Activist Aditya Dash Found Dead On Railway Tracks

Advertisment

୨ ମାସତଳେ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତଦେହ ଲିଙ୍ଗରାଜ ଷ୍ଟେସନ ନିକଟରୁ ମିଳିଥିଲା ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ସଂଶୟ ଥିବା ବେଳେ ଆରପିଏଫ୍ ଘଟଣାର ତଦନ୍ତ କରିଥିଲା। ହେଲେ ସିବିଆଇ ତଦନ୍ତ ଦାବି ଉଠିବାରୁ ଘଟଣାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦିଆଯାଇଥିଲା। ଏହି ମୃତ୍ୟୁ ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ ବାପାମାଆଙ୍କୁ କ୍ରାଇମବ୍ରାଞ୍ଚ ପଚରା ଉଚରା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ