/odishatv-khabar/media/post_attachments/uploadimage/library/16_9/16_9_0/bars1_1625349063.jpg)
bars1
କଟକ: ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ତିକ୍ତତା ଦିନକୁ ଦିନକୁ ଅଧିକ ତୀବ୍ରତର ହେବାରେ ଲାଗିଛି। ଏବେ ବର୍ଷା ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୋଲିସକୁ ସୁରକ୍ଷା ମାଗିଛନ୍ତି। ଏଥିପାଇଁ ବର୍ଷା ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି।
ସୋମବାର ଦୁଇ ଅଜଣା ଯୁବକ ବର୍ଷାଙ୍କ ଘର ଭିତରକୁ ପଶିଯାଇଥିଲେ। ୨ ଜଣ ଯୁବକ ଘରର ବେଡରୁମରେ ଭିତରେ ଫଟୋ ଉଠାଇବାକୁ ଲାଗିଥିଲେ। ଏପରିକି ବର୍ଷା ଖାଉଥିବା ବେଳେ ଦୁଇ ଅଜଣା ଯୁବକ ଫଟୋ ଉଠାଇଥିବା ଅଭିଯୋଗ ହୋଇଛି। ଏଭଳି ହଠାତ୍ କେହି ଘରକୁ ଭିତରକୁ ପଶି ଫଟୋ ଉଠାଇବା ଦେଖି ଅସନ୍ତୋଷ ପ୍ରକାଶ କରିଥିବା ବର୍ଷା ପୋଲିସକୁ ସୂଚନା ଦେଇଥିଲେ।
ଏପରି ଅଭିଯୋଗ ପରେ ଅନୁଭବଙ୍କ କଟକ ନନ୍ଦିସାହି ଘରେ ପହଞ୍ଚି ବର୍ଷାଙ୍କ ବୟାନ ରେକର୍ଡ କରିଛନ୍ତି ଜିଲ୍ଲା ସୁରକ୍ଷା ଅଧିକାରୀ। ବର୍ଷା ଅନୁଭବଙ୍କ ବିରୋଧରେ ଦେଇଥିବା ଅଭିଯୋଗ ସମ୍ପର୍କରେ ପଚାରି ବୁଝିଛନ୍ତି ସୁରକ୍ଷା ଅଧିକାରୀ। ଏହାପରେ ବର୍ଷାଙ୍କ ସୁରକ୍ଷା ପାଇଁ ଜଣେ ମହିଳା ପୋଲିସ୍ କନଷ୍ଟେବଳ ମୁତୟନ କରାଯାଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ବର୍ଷାଙ୍କ ବେଡରୁମ୍ରେ ପଶି ୨ ଯୁବକ ଭିଡିଓ ସୁଟ କରିବା ବେଳର ଚିତ୍ର ବିଭିନ୍ନ ଗଣମାଧ୍ୟମରେ ଓ ସୋାସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିବା ବେଳେ ଏହି ଭିଡ଼ିଓ ଗତକାଲିର କି ନୁହେଁ ତାହା ବର୍ଷାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଭିଡିଓରେ ବର୍ଷା କାହା ସହ କଥା ହେଉଥିବା ଶୁଣିବାକୁ ମିଳୁଛି। ଯେଉଁ ଦୁଇ ଅଜଣା ଯୁବକ ବର୍ଷାଙ୍କ ବେଡରୁମ୍ରେ ପଶି ଭିଡ଼ିଓ ସୁଟ୍ କରୁଥିଲେ ସେମାନଙ୍କ ଭିଡିଓ ମଧ୍ୟ ବର୍ଷା ସୁଟ୍ କରିଥିବା ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)