/odishatv-khabar/media/post_attachments/uploadimage/library/16_9/16_9_0/kharabela-2_1626417163.jpg)
kharabela
ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶୀପୁରରେ ଉତ୍କଳ ଭାରତ ସଭାପତି ଖାରବେଳଙ୍କୁ ଅାକ୍ରମଣ ଘଟଣାରେ ଅାଉ ଜଣଙ୍କୁ ରାୟଗଡ଼ାରୁ ଗିରଫ କରିଛି ପୁଲିସ। ଗିରଫ ବ୍ୟକ୍ତି ହେଲେ ପି. ଗୋବିନ୍ଦ ରାଓ। ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତ ସୁମନ୍ତ ନାୟକକୁ ତିନି ଦିନିଅା ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଘଟଣା ପଛରେ ସୁମନ୍ତର କଣ ଉଦ୍ଦେଶ୍ୟ ରହିଛି, ସେ କେଉଁ ଦଳ ସହ ସଂପୃକ୍ତ ଅଛି, ସେ ନେଇ ତଦନ୍ତ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି।
ଏକ କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ଖାରବେଳ ସ୍ୱାଇଁଙ୍କ ଉପରେ ଅାକ୍ରମଣ ହୋଇଥିଲା। ମଞ୍ଚରେ ଭାଷଣ ଦେଉଥିବା ବେଳେ ସୁମନ୍ତ ତାଙ୍କୁ ମାଡ଼ ମାରିଥିଲା। ଖାରବେଳ ସ୍ୱାଇଁ ଅଭିଯୋଗ କରିଥିଲେ, ଏହା ପଛରେ ଶାସକ ଦଳର ସଂପୃକ୍ତି ଅଛି। ଅଭିଯୁକ୍ତ ଜଣକ ବିଜୁ ଯୁବ ବାହିନୀର ସଦସ୍ୟ ଥିଲା ବୋଲି ମଧ୍ୟ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା।
ସେପଟେ ଏହି ଘଟଣା ପରେ ଖାରବେଳଙ୍କ ସୁରକ୍ଷା ପାଇଁ ସବୁ ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି। ଖାରବେଳଙ୍କ ମିଟିଂ ବେଳେ ସଜାଗ ରହିବାକୁ ପୁଲିସକୁ ନିର୍ଦ୍ଦେଶ ଦିଅାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)