Advertisment

ନାର୍କୋ ଟେଷ୍ଟ ପାଇଁ ମନା କଲେ ଅଭିଯୁକ୍ତ ନାବାଳକ

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲା ନାର୍କୋ ଟେଷ୍ଟ ଲାଗି ଅସହମତି ପ୍ରକାଶ କଲେ ଅଭିଯୁକ୍ତ ନାବାଳକ। ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ନାବାଳକ ଅସହମତି ପ୍ରକାଶ କରିଛନ୍ତି। ନାର୍କୋ ଟେଷ୍ଟ ଲାଗି SIT ଆବେଦନ କରିଥିଲା। ଏ ନେଇ ଏସ୍‌ଆଇଟିର ଓକିଲ ଏବଂ ଅଭିଯୁକ୍ତ ନାବାଳକଙ୍କ ଓକିଲ ନିଜ ନିଜର ପକ୍ଷ ରଖିଥିଲେ। ତେବେ ନାର୍କୋ ଟେଷ୍ଟ ପାଇଁ ଅସହମତି ପ୍ରକାଶ କରିଛନ୍ତି ଅଭିଯୁକ୍ତ ନାବାଳକ। ଉଭୟ ପକ୍ଷର ଶୁଣାଣି ଶେଷ ହୋଇଥିବା ବେଳେ […]

ନାର୍କୋ ଟେଷ୍ଟ ପାଇଁ ମନା କଲେ ଅଭିଯୁକ୍ତ ନାବାଳକ

123797835_3615970518489028_

Advertisment

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲା ନାର୍କୋ ଟେଷ୍ଟ ଲାଗି ଅସହମତି ପ୍ରକାଶ କଲେ ଅଭିଯୁକ୍ତ ନାବାଳକ। ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ନାବାଳକ ଅସହମତି ପ୍ରକାଶ କରିଛନ୍ତି। ନାର୍କୋ ଟେଷ୍ଟ ଲାଗି SIT ଆବେଦନ କରିଥିଲା। ଏ ନେଇ ଏସ୍‌ଆଇଟିର ଓକିଲ ଏବଂ ଅଭିଯୁକ୍ତ ନାବାଳକଙ୍କ ଓକିଲ ନିଜ ନିଜର ପକ୍ଷ ରଖିଥିଲେ। ତେବେ ନାର୍କୋ ଟେଷ୍ଟ ପାଇଁ ଅସହମତି ପ୍ରକାଶ କରିଛନ୍ତି ଅଭିଯୁକ୍ତ ନାବାଳକ। ଉଭୟ ପକ୍ଷର ଶୁଣାଣି ଶେଷ ହୋଇଥିବା ବେଳେ ଏ ନେଇ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡର ଆଦେଶ ଆଜି ପ୍ରକାଶ ପାଇବ। ଅଭିଯୁକ୍ତ ନାବାଳକଠୁ ଜବତ ମୋବାଇଲ୍‌ରେ ଫରେନ୍ସିକ୍ ଯାଞ୍ଚ ପାଇଁ ଆବେଦନ କରିଛି ଏସ୍‌ଆଇଟି। ଜବତ ମୋବାଇଲକୁ କୋଲକତାର CFLକୁ ପଠାଇବା ଲାଗି ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ଏନେଇ SIT ଆବେଦନ କରିଛି।

Advertisment

ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଅଭିଯୁକ୍ତ ନାବାଳକକୁ ହାଜର କରାଯାଇଥିଲା ଅନୁଗୁଳ ବାଳ ସୁଧାର ଗୃହରୁ SIT ଆଣି ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରିଥିଲା। ନାବାଳିକା ହତ୍ୟା ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା ଏସ୍‌ଆଇଟି। ଅଭିଯୁକ୍ତକୁ ସାବାଳକ ଦର୍ଶାଇ କୋର୍ଟ ଚାଲାଣ କରିଥିଲା SIT।

ଡିସେମ୍ବର ୨୧, ୨୦୨୦। ଓସିଫିକେସନ୍ ଟେଷ୍ଟ ରିପୋର୍ଟ ଆଧାରରେ ଅଭିଯୁକ୍ତକୁ ସାବାଳକ ଦର୍ଶାଇ କୋର୍ଟରେ ହାଜର କରିଥିଲା SIT। ଫଳରେ କୋର୍ଟ ଅଭିଯୁକ୍ତକୁ ଜେଲ୍ ପଠାଇଦେଇଥିଲେ। ଅଭିଯୁକ୍ତ ବିରୋଧରେ ନାବାଳିକା ଦୁଷ୍କର୍ମ, ଅପହରଣ, ହତ୍ୟା ସହ ପ୍ରମାଣ ନଷ୍ଟ ସହ ପୋକ୍ସୋ ଆଇନର ଧାରା ୬ ଅନୁସାରେ ଦଫା ଲାଗିଥିଲା। ଏହି ସମୟରେ ଗିରଫ ଅଭିଯୁକ୍ତର ପରିବାର ଲୋକେ ବି SITର ସାବାଳକ ଥିଓରୀ ସହ ସହମତି ହୋଇନଥିଲେ।

Advertisment

ପରେ କୋର୍ଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଦାଖଲ କରିଥିଲେ ଓକିଲ। ପ୍ରମାଣ ପାଇଲା ପରେ ଅଭିଯୁକ୍ତକୁ ନାବାଳକ ବୋଲି କୋର୍ଟ ଦର୍ଶାଇଥିଲେ। ଅଭିଯୁକ୍ତ ନାବାଳକ ହୋଇଥିବାରୁ SITର ନାର୍କୋ ଆନାଲିସିସ୍ ଟେଷ୍ଟ ଅପିଲ ଖାରଜ କରିଥିଲେ କୋର୍ଟ। ଏପରିକି ନାର୍କୋ ଟେଷ୍ଟ ଅପିଲକୁ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ପଠାଇ ଦିଆଯାଇଥିଲା।

ତେବେ କାହିଁକି ସାବାଳକ ବୋଲି ଦର୍ଶାଇଥିଲା SIT ? ଜନ୍ମପ୍ରମାଣ ପତ୍ର ଥାଇ ବି ଓସିଫିକେସନ୍‌ର କାହିଁକି ପଡ଼ିଲା ଆବଶ୍ୟକ ? ଏବେ ଏମିତି ନାନା ପ୍ରଶ୍ନ ଉଠିଥିବାବେଳେ ନୟାଗଡ଼ ପୋକ୍ସୋ କୋର୍ଟଙ୍କ ରାୟ ପରେ SIT ଏବେ ବିବାଦରେ। ଯଦି ଯେକୌଣସି ତଦନ୍ତକାରୀ ଟିମ୍ କିମ୍ବା ଅଧିକାରୀ ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରିଥାନ୍ତି, ତାହେଲେ ସେ କୋର୍ଟଙ୍କ ନିର୍ଦ୍ଦେଶରେ ଦଣ୍ଡିତ ହୋଇପାରିବେ। ଏପରିକି ପରିବାର ଲୋକେ କୋର୍ଟ ଏବଂ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ କ୍ଷତିପୂରଣ ଦାବି କରିପାରିବେ ବୋଲି ଆଇନଜୀବୀ ମତ ଦେଇଛନ୍ତି।

Advertisment
Pari Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ