/odishatv-khabar/media/post_attachments/uploadimage/library/16_9/16_9_0/accused_1626689704.jpg)
accused
କଟକ : କଟକ ଏସ୍ସିବି ଆଇସିୟୁରେ ଚିକିତ୍ସାଧୀନ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛି। ଆଇସିୟୁ ବେଡ୍ରେ ହ୍ୟାଣ୍ଡକପ୍ ଲାଗି ରହିଥିଲେ ମଧ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ପକ୍ଷରୁ ଖୋଲତାଡ଼ ଚାଲିଛି ।
Advertisment
ଉଲ୍ଲେଖନୀୟ ଯେ, ଗତ ୪ ତାରିଖରେ ମଦ ଦୋକାନରୁ ଚୋରି ଅଭିଯୋଗରେ ତାଙ୍କୁ ପଚରାଉଚରା ପାଇଁ ଥାନାକୁ ଅଣାଯାଇଥିଲା । କିନ୍ତୁ ଥାନାରେ ଥିବା ପାଇଖାନାରେ ଅଭିଯୁକ୍ତ ଜଣଙ୍କ ଫିନାଇଲ ପିଇ ଦେଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)