Advertisment

ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର

ଅନୁଗୁଳ(ବିରଜା ପ୍ରସାଦ ଦାସ): ଅନୁଗୁଳ କିଶୋରନଗର ଥାନା କଳାବେଡା ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା। ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଆହତ ହୋଇଛନ୍ତି। ସେ ଏବେବି ଦୁଇ ଗାଡି ମଝିରେ ଫଶି ରହିଛନ୍ତି। ସକାଳେ ସମ୍ବଲପୁରରୁ ଅନୁଗୋଳ ଅଭିମୁଖେ ଆସୁଥିବା ଏକ ଟ୍ରକ ସହ ବିପରୀତ ଦିଗରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ପରେ କୋଇଲା ବୋଝେଇ ଟ୍ରକର ଚାଳକ ଓ ସହଯୋଗୀ […]

ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର

123

Advertisment

ଅନୁଗୁଳ(ବିରଜା ପ୍ରସାଦ ଦାସ): ଅନୁଗୁଳ କିଶୋରନଗର ଥାନା କଳାବେଡା ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା। ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଆହତ ହୋଇଛନ୍ତି। ସେ ଏବେବି ଦୁଇ ଗାଡି ମଝିରେ ଫଶି ରହିଛନ୍ତି। ସକାଳେ ସମ୍ବଲପୁରରୁ ଅନୁଗୋଳ ଅଭିମୁଖେ ଆସୁଥିବା ଏକ ଟ୍ରକ ସହ ବିପରୀତ ଦିଗରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ପରେ କୋଇଲା ବୋଝେଇ ଟ୍ରକର ଚାଳକ ଓ ସହଯୋଗୀ ଗାଡ଼ିରୁ କୌଣସି ମତେ ବାହାରିବାରେ ସକ୍ଷମ ହୋଇଥିବାବେଳେ ପିଆଜ ବୋଝେଇ ଟ୍ରକ ଚାଳକ ବାହାରି ନପାରି ଚାପି ହୋଇଯାଇଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଗାଡି ଅଟକି ରହିଛି।  ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ