/odishatv-khabar/media/post_attachments/uploadimage/library/16_9/16_9_0/gadi-pakhare-chithi_1626175454.jpg)
Woman’s Skeleton Found In Seized Car
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଯାଆଁଳା ଫାଣ୍ଡି ପରିସରରେ ଜବତ ହୋଇଥିବା ଗାଡ଼ିରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣାର ତଦନ୍ତ କରିବେ ମହିଳା ଥାନାର ଜଣେ ଇନ୍ସପେକ୍ଟର। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସ୍ମିଟ୍ରେ ଏହି ସୂଚନା ଦେଇଛନ୍ତି। ପୋଲିସ କମିଶନର କହିଛନ୍ତି, କାର୍ ଭିତରୁ ମହିଳାଙ୍କ ମୃତଦେହ ମିଳିବା ସମ୍ବେଦନଶୀଳ ଘଟଣା। ଫେବୃଆରୀ ୧୨ରେ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପଦକ୍ଷେପ ନିଆ ଯାଇଛି। ତେବେ ପୋଷ୍ଟମର୍ଟମ ରିପୋର୍ଟରୁ ମହିଳାଙ୍କର ଯକ୍ଷ୍ମାରେ ସ୍ୱାଭାବିକ ଭାବେ ମୃତ୍ୟୁ ହୋଇଥିବା ଜଣାପଡ଼ୁଛି।
କିଏ ଏହି ମହିଳା, ତାହା ଜାଣିବା ପାଇଁ କଙ୍କାଳର ନମୁନା ହାଇଦ୍ରାବାଦ ପଠାଯାଇଛି। ଏଥିସହ ମୃତକଙ୍କ ପରିଚୟ ଜାଣିବା ପାଇଁ ସ୍କେଚ୍ ମଧ୍ୟ ତିଆରି ହେବ। ୨୦୧୯ରେ ବେଆଇନ୍ ଗଞ୍ଜେଇ ଚାଲାଣ ମାମଲାରେ ପୋଲିସ୍ ଏକ ମହିନ୍ଦ୍ରା କାର୍ ଜବତ କରିଥିଲା। ସେବେଠୁ ଗାଡ଼ିଟି ଯାଆଁଳା ଫାଣ୍ଡି ଆଗରେ ପଡ଼ି ରହିଥିଲା। ତେବେ ପରିତ୍ୟକ୍ତ ଅବସ୍ଥାରେ ଥିବା ଏହି ଗାଡ଼ି ଭିତରୁ କଙ୍କାଳ ଉଦ୍ଧାର ହୋଇଥିଲା। ପରେ ସାଇଣ୍ଟିଫିକ୍ ଟିମ୍ କଙ୍କାଳକୁ ଉଦ୍ଧାର କରି ଏମ୍ସକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଥିଲା, ଏହା ଜଣେ ମହିଳାଙ୍କ ଶବ ଏବଂ ମୃତ ମହିଳାଙ୍କ ବୟସ ପ୍ରାୟ ୪୫ ବର୍ଷ ହେବ।
ଅନ୍ୟପକ୍ଷରେ, ଏହି ମାମଲାରେ କାର୍ଯ୍ୟରେ ଅବହେଳା ପାଇଁ ଜାଆଁଳା ଫାଣ୍ଡି ଅଧିକାରୀଙ୍କୁ ସସ୍ପେଣ୍ଡ କରାଯାଇଛି।
style="color: #ff0000;">ଯାଆଁଳା ଫାଣ୍ଡି ପରିସରରେ କଙ୍କାଳ ଜବତ ହୋଇଥିବା ଗାଡ଼ି ନିକଟରୁ ଏକ ହାତ ଲେଖା ଚିଠି ମିଳିଛି। ୨୦୧୫ ମସିହାର ଏକ ଡାଏରୀ ଫର୍ଦ୍ଦରେ ଇଂରାଜୀରେ ଏହି ଚିଠି ଲେଖାଯାଇଛି। ଚିଠିର ଶିରୋନାମା ‘ଲାଇଫ୍ ଲାଇନ୍’ ରହିଛି। ଏଥିରେ ଜଣଙ୍କର ପ୍ରେମର ଭାବନା ବ୍ୟକ୍ତ କରାଯାଇଛି। ତେବେ ଏହି ଚିଠି କିଏ, କାହିଁକି ଓ କାହା ଉଦ୍ଦେଶ୍ୟରେ ଲେଖିଛି, ତାହା ଜଣାପଡିନାହିଁ। ଚିଠିଟି ମଝିରୁ ଚିରା ଯାଇଥିବା ଦେଖିବାକୁ ମିଳିଛି। ମହିଳାଙ୍କ ମୃତ୍ୟୁ ସହ ଏହି ଚିଠିର କିଛି ସମ୍ପର୍କ ରହିଛି କି ? ପୋଲିସ ଯଦି ସରଜମିନ୍ ତଦନ୍ତ କରିଥିଲା, ତାହେଲେ ସେହି ଚିଠିକୁ କେମିତି ଜବତ କରିପାରିଲା ନାହିଁ? ଏଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)