Advertisment

ଦୁର୍ଘଟଣା ରୋକିବ ‘ସ୍ମାର୍ଟ ହେଲମେଟ୍‌’

ରାୟଗଡ଼ା(ମନୋଜ ପାତ୍ର): ବାଇକ ଚାଳକ ମାନଙ୍କ ପାଇଁ ଖୁସି ଖବର। ଦୁର୍ଘଟଣା ରୋକିବା ପାଇଁ ସକ୍ଷମ ହେବ ‘ସ୍ମାର୍ଟ ହେଲମେଟ୍‌’। ଏହି ହେଲମେଟକୁ ନପିନ୍ଧିଲେ ବାଇକ ଷ୍ଟାର୍ଟ ହେବନି କି ଚାଳକ ମଦ୍ୟପାନ କରିଥିଲେ ମଧ୍ୟ ଗାଡ଼ି ଷ୍ଟାର୍ଟ ହେବନି। ଏଭଳି ଅତ୍ୟାଧୁନିକ ଟେକ୍ନୋଲୋଜିର ହେଲମେଟ୍ ତିଆରି କରିଛନ୍ତି ରାୟଗଡ଼ାର ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ର। ଯାହାର ନାଁ ସେ ଦେଇଛନ୍ତି ‘ସ୍ମାର୍ଟ ହେଲମେଟ୍‌’। ରାୟଗଡ଼ା ଗାନ୍ଧି ଇନିଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଜିଷ୍ଟର […]

author-image
Jyotsnamayee Pradhan
ଦୁର୍ଘଟଣା ରୋକିବ ‘ସ୍ମାର୍ଟ ହେଲମେଟ୍‌’

helment

ରାୟଗଡ଼ା(ମନୋଜ ପାତ୍ର): ବାଇକ ଚାଳକ ମାନଙ୍କ ପାଇଁ ଖୁସି ଖବର। ଦୁର୍ଘଟଣା ରୋକିବା ପାଇଁ ସକ୍ଷମ ହେବ ‘ସ୍ମାର୍ଟ ହେଲମେଟ୍‌’। ଏହି ହେଲମେଟକୁ ନପିନ୍ଧିଲେ ବାଇକ ଷ୍ଟାର୍ଟ ହେବନି କି ଚାଳକ ମଦ୍ୟପାନ କରିଥିଲେ ମଧ୍ୟ ଗାଡ଼ି ଷ୍ଟାର୍ଟ ହେବନି। ଏଭଳି ଅତ୍ୟାଧୁନିକ ଟେକ୍ନୋଲୋଜିର ହେଲମେଟ୍ ତିଆରି କରିଛନ୍ତି ରାୟଗଡ଼ାର ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ର। ଯାହାର ନାଁ ସେ ଦେଇଛନ୍ତି ‘ସ୍ମାର୍ଟ ହେଲମେଟ୍‌’।

Advertisment

helment

ରାୟଗଡ଼ା ଗାନ୍ଧି ଇନିଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଜିଷ୍ଟର ଇଲେକ୍ଟ୍ରୋନିକ୍ସ ଡିପ୍ଲୋମା ଛାତ୍ର ଜ୍ଞାନରଂଜନ ପଟ୍ଟନାୟକ ଏହି ‘ସ୍ମାର୍ଟ ହେଲମେଟ୍‌’ ତିଆରି କରିଛନ୍ତି। ଏହି ହେଲମେଟ୍ ନପିନ୍ଧିଲେ ବାଇକ ଷ୍ଟାର୍ଟ ହେବନାହିଁ। ଚାଳକ ହେଲମେଟ୍ ପିନ୍ଧିସାରିବା ପରେ ଆପେ ଆପେ ନ୍ୟୁଟ୍ରାଲ ସିଗ୍ନାଲ ଆସିବ ଏବଂ ଷ୍ଟାର୍ଟ ହେବ। ଗାଡ଼ି ଚଲାଉଥିବା ବେଳେ ଚାଳକ କୌଣସି କାରଣରୁ ମୁଣ୍ଡରୁ ହେଲମେଟ୍ ବାହାର କରିଦେଲେ ଆପେଆପେ ଷ୍ଟାର୍ଟ ବନ୍ଦ ହୋଇଯିବ। ସବୁଠାରୁ ବଡ଼କଥା ହେଲା ଚାଳକ ମଦ୍ୟପାନ କରି ଗାଡ଼ି ଚାଳନା କଲେ ଗାଡ଼ିରେ ଲାଗିଥିବା ସେନ୍‌ସର କାମ କରିବ ନାହିଁ। ଫଳରେ ଟ୍ରାନ୍‌ସମିଟର ଓ ଡିସପ୍ଲେ ମେସିନ ମଧ୍ୟରେ ସିଗ୍‌ନାଲ ବିଚ୍ଛିନ୍ନ ହୋଇ ବାଇକ ଷ୍ଟାର୍ଟ ବନ୍ଦ ହୋଇଯିବ ବୋଲି ଜ୍ଞାନରଂଜନ ଦାବି କରିଛନ୍ତି।

helment

ଏହି ସ୍ମାର୍ଟ ହେଲମେଟ୍ ନିର୍ମାଣ ପରେ ଜ୍ଞାନରଂଜନଙ୍କ ସମେତ ତାଙ୍କ ସହଯୋଗୀ ବନ୍ଧୁ ଓ କଲେଜ ଅଧ୍ୟାପକ ମାନେ ବେଶ୍ ଖୁସି ଅନୁଭବ କରିଛନ୍ତି। ଭବିଷ୍ୟତରେ ସରକାରଙ୍କ ବିଭିନ୍ନ ବୈଷୟିକ ବିଭାଗ ସହ ଯୋଗାଯୋଗ କରି ଏହାର ଉନ୍ନତିକରଣ ସାଙ୍ଗକୁ ମାନ୍ୟତା ପ୍ରଦାନ ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି କଲେଜ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି। ଏହି ହେଲମେଟ୍‌ ସରକାରୀ ସ୍ୱୀକୃତି ପାଇଲେ ଲୋକଙ୍କ ଉପକାରରେ ଆସିପାରନ୍ତା ବୋଲି ଜିଲ୍ଲା ପରିବହନ ଅଧିକାରୀ ଦିଲୀପ କୁମାର ଦଳାଇ ସୂଚନା ଦେଇଛନ୍ତି।

Advertisment

Advertisment
Advertisment