/odishatv-khabar/media/post_attachments/uploadimage/library/16_9/16_9_0/atal-1_1626688204.jpg)
atal
ରାଉରକେଲା : ରାଉରକେଲା ଆମ୍ବବାଗାନ ଛକ ନିକଟରେ ଆଜି ଉନ୍ମୋଚିତ ହୋଇଛି ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି। ପ୍ରତିମୂର୍ତ୍ତିଙ୍କୁ ଉନ୍ମୋଚନ କରିଛନ୍ତି ସୁନ୍ଦରଗଡ ସାଂସଦ ଜୁଏଲ ଓରାମ।
Advertisment
ଅଟଳ ବିହାରୀଙ୍କ ଜନ୍ମ ଦିବସ ଅବସରରେ ଏ କାର୍ଯ୍ୟକ୍ରମ ହାତକୁ ନେଇଛି ଆରଏସପି । ଏ ଉତ୍ସବରେ ରାଉରକେଲା ବିଧାୟକ, ରଘୁନାଥପାଲି ବିଧାୟକ, ବିରମିତ୍ରପୁର ବିଧାୟକଙ୍କ ସମେତ ଆରଏସପି ସିଇଓ ଓ ବରିଷ୍ଠ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ।
ତେବେ ଜୁଏଲ ଓରାମ ତାଙ୍କ ବକ୍ତବ୍ୟରେ କହିଛନ୍ତି ଅଟଳଙ୍କ ମନ୍ତ୍ରୀ ମଣ୍ଡଳରେ ଜୁଏଲ ମଧ୍ୟ ସାମିଲ ହୋଇଥିଲେ। ତେଣୁ ତାଙ୍କ ସହିତ ସମ୍ପର୍କ ବହୁତ ଭଲ ଥିବା କହିଛନ୍ତି । ଅଟଳ ବିହାରୀ ରାଉରକେଲାକୁ ମଧ୍ୟ ତିନି ତିନି ଥର ଆସିଥିବା କହିଛନ୍ତି। ଓଟିଭିକୁ ଜୁଏଲ ନିଜର ଅଭୁଲା ସ୍ମୃତି ଯାହା ଅଟଳ ବିହାରୀଙ୍କ ସହିତ ଥିଲା ତାହା କହିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)