Advertisment

୨୦ ଦିନର ସଂଘର୍ଷ ପରେ କରୋନାକୁ ହରାଇଲା କଳାହାଣ୍ଡିର ନବଜାତ ଶିଶୁ

ଭୁବନେଶ୍ୱର: ରଖେ ହରି ମାରେ କିଏ ! କରୋନା ସହ ସଂଗ୍ରାମ କରି ଜିତିଲା ନବଜାତ ଶିଶୁ । ଜନ୍ମ ହେଉ ହେଉ ମହାମାରୀ ଅପଶକ୍ତି ତାକୁ ସତେ ଯେପରି ମାଡିବସିଲ।। କିନ୍ତୁ ଯେଉଁ ମହାମାରୀ ପାଇଁ ଆଜି ସାରା ଦେଶରେ…

author-image
Chandan Shishu
ଅଦ୍ୟତନ ହୋଇଛି
୨୦ ଦିନର ସଂଘର୍ଷ ପରେ କରୋନାକୁ ହରାଇଲା କଳାହାଣ୍ଡିର ନବଜାତ ଶିଶୁ

newborn corona

ଭୁବନେଶ୍ୱର: ରଖେ ହରି ମାରେ କିଏ ! କରୋନା ସହ ସଂଗ୍ରାମ କରି ଜିତିଲା ନବଜାତ ଶିଶୁ । ଜନ୍ମ ହେଉ ହେଉ ମହାମାରୀ ଅପଶକ୍ତି ତାକୁ ସତେ ଯେପରି ମାଡିବସିଲ।। କିନ୍ତୁ ଯେଉଁ ମହାମାରୀ ପାଇଁ ଆଜି ସାରା ଦେଶରେ ହାହାକାର ସ୍ଥିତି, ଆଜି ସେଠି କଅଁଳ ଶିଶୁଟି ଅଦୃଶ୍ୟ ଅପଶକ୍ତି ଠାରୁ ମୁକୁଳି ଆସିଛି । ୨୦ ଦିନର ସଂଘର୍ଷ ପରେ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଲା ଶିଶୁ । ଏହା ପରେ ପରିବାରର ଖୁସି କହିଲେ ନସରେ । ଏହି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାରେ ।

Advertisment

କଳାହାଣ୍ଡି ଜିଲ୍ଲାର ମଦନପୁର-ରାମପୁର ଅଞ୍ଚଳର ଜଣେ ପ୍ରସୂତି ଛତିଶଗଡ଼ର ରାୟପୁରରେ ଏକ ମେଡିକାଲ୍‌ରେ ପ୍ରସବ କରିଥିଲେ। ପ୍ରସବ ପରେ ପୂରା ପରିବାର ଘରକୁ ଫେରିଥିଲେ। ଘରେ ପହଞ୍ଚିବା ପରେ ପୂରା ପରିବାର ଅସୁସ୍ଥ ହୋଇ ପଡ଼ିଥିଲେ। ଆଉ ତା’ପରେ ସମସ୍ତଙ୍କର କରୋନା ଟେଷ୍ଟ କରାଯାଇଥିଲା। ରିପୋର୍ଟରେ ଶିଶୁର ମାଆ, ବାପା, ଜେଜେବାପାଙ୍କ ସମେତ ପୂରା ପରିବାର କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ସମସ୍ତଙ୍କୁ ଭବନୀପାଟଣା ସ୍ଥିତ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରିବାରର ସମସ୍ତଙ୍କୁ କରୋନା ହୋଇଥିବାରୁ ୧୫ ଦିନର ଶିଶଠାରୁ ସ୍ୱାବ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଇଥିଲା। ତା’ର ମଧ୍ୟ ପଜିଟିଭ୍‌ ରିପୋର୍ଟ ଆସିଥିଲା।

ତେବେ ଶିଶୁ, ତା’ ବାପା ଓ ଜେଜେଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରରେ ଏକ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଶିଶୁଟିକୁ ଅଲଗା ଭାବେ ଚିକିତ୍ସା କରାଯାଇଥିଲା। ଶିଶୁ ଠକ୍‌ରେ ନିଃଶ୍ୱାସ ପ୍ରଶ୍ୱାସ ନେଇପାରୁ ନଥିଲା। ଡାକ୍ତରୀ ଟିମ୍‌ ତାଙ୍କୁ ଭେଣ୍ଟିଲେଟରରେ ରଖିଥିଲେ। ଏଥିସହ ତା’ ଜୀବନ ବଞ୍ଚାଇବା ପାଇଁ ବାପା- ମା’ଙ୍କ ଅନୁମତିରେ ରେମ୍‌ଡେସିଭାର୍‌ ଓ ଷ୍ଟେରଏଡ୍‌ ଦିଆ ଯାଇଥିଲେ। ଗୋଟିଏ ଛୋଟ ପିଲାଙ୍କୁ ଏସବୁ ଔଷଧ ଦେବା ସରକାରୀ ଭାବେ ଅନୁମତି ନାହିଁ।  ତଥାପି ଜରୁରୀ କାଳୀନ ସ୍ଥିତିରେ ଜୀବନ ବଞ୍ଚାଇବା ପାଇଁ ଆମେ ଏହା ଦେଇଥିଲୁ। ଭେଣ୍ଟିଲେଟରରେ ୧୦ ଦିନ ରହିବା ପରେ ପିଲା ଧୀରେ ଧୀରେ ସୁସ୍ଥ ହେଲା ଓ ମା’ କ୍ଷୀର ଖାଇଲା।୨୦ ଦିନର ଚିକିତ୍ସା ପରେ ପିଲା ସମ୍ପୂର୍ଣ୍ଣ ସୁସ୍ଥ ହୋଇଛି ବୋଲି ଡାକ୍ତର ଅର୍ଜିତ ମହାପାତ୍ର କହିଛନ୍ତି।

Advertisment

ଡାକ୍ତରଙ୍କ କହିବା ଅନୁସାରେ ଛୋଟ ପିଲାଙ୍କ ପାଇଁ ଟିକା ନାହିଁ। ସମସ୍ତେ ସତର୍କ ହୋଇ ପିଲାମାନଙ୍କୁ ଘରେ ରଖିବା ଦରକାର। ଘରର ବଡ଼ମାନଙ୍କଠାରୁ ଶିଶୁମାନେ ସଂକ୍ରମିତ ହେଉଛନ୍ତି। ତେଣୁ ବୟସ୍କ ବ୍ୟକ୍ତିମାନେ ଅଧିକ ସତର୍କ ରହିବା ସହ ଟିକା ନେବା ଆବଶ୍ୟକ। ଏହାଛଡ଼ା ଜ୍ୱର, ଥଣ୍ଡା, କାଶ, ଝାଡା ବାନ୍ତି କିମ୍ବା ଶରୀର ଫଳି ଯିବା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଶିଶୁଙ୍କ ସଂସ୍ପର୍ଶରେ ଆସୁଥିବା ସେମାନଙ୍କ ମାଆମାନେ ମୁହଁରେ ମାସ୍କ ପିନ୍ଧିବା ଦରକାର। ଏଥିସହ ବାରମ୍ୱାର ହାତ ଧୋଇବା ଦରକାର। କୋଭିଡ୍‌ ପଜିଟିଭ ଥିବା ଶିଶୁର ମା’ ସମସ୍ତ ପ୍ରକାର ସତର୍କତା ମୂଳକ ଅବଲମ୍ବନ କରି ଶିଶୁକୁ ସ୍ତନ୍ୟପାନ କରାଇ ପାରିବେ।

Advertisment
Advertisment