Advertisment

ଟ୍ରେନରେ ଯାଉଥିବାବେଳେ ଚାଲିଗଲା ଜୀବନ !

ଟିଟିଲାଗଡ଼ : ଅହମ୍ମଦାବାଦ୍-ପୁରୀ ଏକ୍ସପ୍ରେସରେ ଅସୁସ୍ଥ ହୋଇ ଯାତ୍ରୀ ମୃତ। ଗତକାଲି ରାତିରେ ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ହୋଇଯିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଏଲ୍. କାମେଶ୍ୱର ରାଓ ନାମକ ଜଣେ ଯାତ୍ରୀ ରାୟପୁରରୁ ପଲାସା ଯାଉଥିଲେ । କଣ୍ଟାବାଞ୍ଜି ଠାରେ ହଠାତ୍‌ ସେ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ରେଲୱେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ତେବେ ସେତବେଳକୁ ଯାତ୍ରୀଙ୍କ ମୃତ୍ୟୁ ହୋଇସାରିଥିଲା।  ହୃଦ୍‌ଘାତରେ ଯାତ୍ରୀଙ୍କ […]

author-image
Pradesh Pratyush
ଟ୍ରେନରେ ଯାଉଥିବାବେଳେ ଚାଲିଗଲା ଜୀବନ !

death

ଟିଟିଲାଗଡ଼ : ଅହମ୍ମଦାବାଦ୍-ପୁରୀ ଏକ୍ସପ୍ରେସରେ ଅସୁସ୍ଥ ହୋଇ ଯାତ୍ରୀ ମୃତ। ଗତକାଲି ରାତିରେ ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ହୋଇଯିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ଅନୁସାରେ, ଏଲ୍. କାମେଶ୍ୱର ରାଓ ନାମକ ଜଣେ ଯାତ୍ରୀ ରାୟପୁରରୁ ପଲାସା ଯାଉଥିଲେ । କଣ୍ଟାବାଞ୍ଜି ଠାରେ ହଠାତ୍‌ ସେ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ରେଲୱେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ତେବେ ସେତବେଳକୁ ଯାତ୍ରୀଙ୍କ ମୃତ୍ୟୁ ହୋଇସାରିଥିଲା।  ହୃଦ୍‌ଘାତରେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।  ମେଡିକାଲରେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

Advertisment
Advertisment