Advertisment

ନକଲି ଫାର୍ମ କରି ଠକିଥିଲେ ୧୦ କୋଟିର ଜିଏସ୍‌ଟି, ବନ୍ଧା ହେଲେ

ଭୁବନେଶ୍ୱର: ଲକ୍ଷେ ନୁହେଁ କି ୨ ଲକ୍ଷ। ଏକାଥରକେ ଠକିଥିଲେ ୧୦ କୋଟି ଟଙ୍କାର ଜିଏସଟି । ଏମିତି ଜଣେ ହାଇ ପ୍ରୋଫାଇଲ ଠକେଇର ପର୍ଦ୍ଦାଫାଶ କରିଛି ପୋଲିସ। ଘଟଣା ଆଉ କେଉଁଠି ନୁହେଁ, ଘଟିଛି ରାଜଧାନୀ ଛାତିରେ। ଏତେ ପରିମାଣର…

author-image
Minati Mishra
ଅଦ୍ୟତନ ହୋଇଛି
ନକଲି ଫାର୍ମ କରି ଠକିଥିଲେ ୧୦ କୋଟିର ଜିଏସ୍‌ଟି, ବନ୍ଧା ହେଲେ

gst fraud

ଭୁବନେଶ୍ୱର: ଲକ୍ଷେ ନୁହେଁ କି ୨ ଲକ୍ଷ। ଏକାଥରକେ ଠକିଥିଲେ ୧୦ କୋଟି ଟଙ୍କାର ଜିଏସଟି । ଏମିତି ଜଣେ ହାଇ ପ୍ରୋଫାଇଲ ଠକେଇର ପର୍ଦ୍ଦାଫାଶ କରିଛି ପୋଲିସ। ଘଟଣା ଆଉ କେଉଁଠି ନୁହେଁ, ଘଟିଛି ରାଜଧାନୀ ଛାତିରେ।

Advertisment

ଏତେ ପରିମାଣର ଜିଏସ୍‌ଟି ଠକେଇ କରିଥିବା ଆଇରନ୍ ସ୍କ୍ରାପ୍ ବ୍ୟବସାୟୀ ସ୍ମୃତି ରଞ୍ଜନ ସାହୁଙ୍କୁ ଜିଏସଟି ଅଧିକାରୀ ସ୍ଥାନୀୟ ପୋଲିସ ସହାୟତାରେ ତାଙ୍କ ବାପୁଜୀ ନଗର ସ୍ଥିତ ଘରୁ ଗିରଫ କରିଛି। ସେ ୭ଟି ନକଲି ଫାର୍ମ କରି ବର୍ଷ ବର୍ଷ ଧରି ଜିଏସଟି ଠକେଇ କରି ଆସୁଥିଲେ।

ରିକ୍ସା ଚାଳକ , ଛାତ୍ର ଆଦିଙ୍କ ନାଁରେ ଫାର୍ମ କରିଥିଲେ। ହେଲେ ଯେଉଁମାନଙ୍କ ନାଁରେ ଫାର୍ମ କରାଯାଇଛି, ସେମାନଙ୍କର କୌଣସି ପତ୍ତା ନଥିଲା। ତାଙ୍କର ବ୍ୟବସାୟ ରାଉରକେଲା ପର୍ଯ୍ୟନ୍ତ ଲମ୍ବିଥିଲା। ସେହିମାନଙ୍କ ନାଁରେ ଫର୍ମ ପୂରଣ କରି ସେ ଜିଏସ୍‌ଟି ଫାଙ୍କୁଥିଲେ। ବାର୍ଷିକ ଟର୍ନ ଓଭର ୪୦ କୋଟି ବୋଲି ସେ ଦର୍ଶାଇ ଆସୁଥିଲେ ବୋଲି ଜିଏସ୍‌ଟି ଅଧିକାରୀ ସୂଚନା ଦେଇଛନ୍ତି। ପୋଲିସ ତାଙ୍କୁ ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ।

Advertisment

ତେବେ ତଦନ୍ତ ପରେ ସବିଶେଷ ତଥ୍ୟ ଜଣାପଡ଼ିବ।

Advertisment
Advertisment