/odishatv-khabar/media/post_attachments/uploadimage/library/16_9/16_9_0/-ଲଘୁଚାପ-_1621340800.jpg)
low pressure
ଭୁବନେଶ୍ୱର: ଆସୁଛି ଲଘୁଚାପ । ପ୍ରବଳ ବର୍ଷିବ ! ଆସନ୍ତା ୨୩ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଏହି ଲଘୁଚାପ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ ଭୁବନେଶ୍ୱରସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି ।
ପୂର୍ବରୁ କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ମାଧବନ ରାଜୀବନ୍ ମଧ୍ୟ ଟୁଇଟ୍ କରି ଚଳିତ ସପ୍ତାହ ଶେଷ ବେଳକୁ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହେବାର ପ୍ରାକ୍ ସଙ୍କେତ ମିଳୁଥିବା ଉଲ୍ଲେଖ କରିଥିଲେ । ମେ’ ୨୩ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ଭଳି ଏକ ସିଷ୍ଟମ୍ ସୃଷ୍ଟି ହେବାର ସଙ୍କେତ ମିଳୁଥିବା ସେ ଦର୍ଶାଇଛନ୍ତି ।
ସେପଟେ ଦିଲ୍ଲୀସ୍ଥିତ ଆଇଏମଡି ସାଇକ୍ଲୋନ୍ ଓ୍ୱାର୍ଣ୍ଣିଂ ସେଣ୍ଟର ଇନଚାର୍ଜ ରାଜେନ୍ଦ୍ର କୁମାର ଜେନାମଣି ମଧ୍ୟ ବଙ୍ଗୋପାଗରରେ ଏକ ସିଷ୍ଟମ ସୃଷ୍ଟି ହେବା ନେଇ ସୂଚନା ଦେଇଛନ୍ତି । ଜେନାମଣି ଓଟିଭିକୁ କହିଛନ୍ତି, ଆସନ୍ତା ୨୪ କିମ୍ବା ୨୫ ତାରିଖରେ କେନ୍ଦ୍ର ବଙ୍ଗୋପସାଗରରେ ଏକ ସିଷ୍ଟମ ସୃଷ୍ଟି ହେବା ନେଇ ପ୍ରାକ୍ ସଙ୍କେତ ମିଳୁଛି । ତେବେ ବୁଧବାର ସୁଦ୍ଧା ଏନେଇ ସ୍ଥିତି ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)