/odishatv-khabar/media/post_attachments/uploadimage/library/16_9/16_9_0/train-3_1626424311.jpg)
train
ଭୁବନେଶ୍ୱର: ବାତ୍ୟା ଯୋଗୁ ପୁଣି ରେଳସେବା ବାଧାପ୍ରାପ୍ତ ହୋଇଛି। ପୂର୍ବତଟ ରେଲେୱ ଆଜି ପୁଣି ୭ଟି ଟ୍ରେନ୍ ବାତିଲ କରିଛି। ହରିଦ୍ୱାର-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍, ନୀଳାଚଳ ଏକ୍ସପ୍ରେସ୍, ପୁରୀ-ସାଲିମାର ଏକ୍ସପ୍ରେସ, ପୂର୍ବରୁ ୬ରେ ବାହାରିବାକୁ ଥିବା ତିରୁପତି-ଭୁବନେଶ୍ୱର ଏକ୍ସପ୍ରେସ ବାତିଲ ହୋଇଛି। ଏହାବ୍ୟତୀତ ଆସନ୍ତାକାଲି ଯିବାକୁ ଥିବା ସାଲିମାର-ପୁରୀ ଏକ୍ସପ୍ରେସ୍, ଓ ଚେନ୍ନାଇ-ସନ୍ତ୍ରାଗାଚ୍ଛି ସୁବିଧା ଏକ୍ସପ୍ରେସ୍ ମଧ୍ୟ ବାତିଲ କରାଯାଇଛି।
ଅନ୍ୟ କିଛି ଟ୍ରେନ୍ ରୁଟ୍ରେ ପୂର୍ବତଟ ରେଲେୱେ ଆଶିଂକ ପରବର୍ତ୍ତନ କରିଛି। ଭୁବନେଶ୍ୱର-ପୁଡୁଚେରୀ ଏକ୍ସପ୍ରେସ୍ ଆଜି ରାତି ୧୨ ପରିବର୍ତ୍ତେ ୧ଟାରେ ଛାଡ଼ିବ। ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ ରାତି ୧୨ଟା ୩୦ରେ ଛାଡ଼ିବ। ଭୁବନେଶ୍ୱର-ଜୁନାଗଡ଼ ଲିଙ୍କ୍ ଏକ୍ସପ୍ରେସ୍ ବି ରାତି ୧୨ଟା ୩୦ରେ ଛାଡ଼ିବ। ଭୁବନେଶ୍ୱର-ପୁନେ ଏକ୍ସପ୍ରେସ୍ ଆଜି ରାତି ୧୧ଟା ୪୫ରେ ଛାଡ଼ିବ ବୋଲି ରେଳବାଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ପୁରୀ ଅଭିମୁଖେ ଯାଉଥିବା ୯ଟି ଏକ୍ସପ୍ରେସ୍ ଟ୍ରେନ୍ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ରେ ଗନ୍ତବ୍ୟ ଶେଷ କରିବ। ସେହିପରି ପୁରୀରୁ ବାହାରୁଥିବା ୯ଟି ଏକ୍ସପ୍ରେସ୍ ଟ୍ରେନ୍ ପୁରୀ ବଦଳରେ ଖୋର୍ଦ୍ଧାରୋଡ୍ ଷ୍ଟେସନ୍ରୁ ଛାଡ଼ିବ। ପୁରୀ-ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ ପୁରୀ ବଦଳରେ ସମ୍ବଲପୁରରୁ ଯାତ୍ରା ଆରମ୍ଭ କରିବ।
ଗତକାଲି ସ୍ୱତନ୍ତ୍ର ଟ୍ରେନ୍ ଖୋର୍ଦ୍ଧାରୋଡ୍ରୁ ପୁରୀକୁ ଚଳାଚଳ କରିଥିଲା। ଏହି ଟ୍ରେନ୍କୁ ପୁରୀରେ ପହଞ୍ଚିବାକୁ ସାଢ଼େ ୪ ଘଣ୍ଟା ଲାଗିଥିଲା। ପୁର୍ବରୁ ଖୋର୍ଦ୍ଧାରୋଡ୍-ପୁରୀକୁ ଟ୍ରେନ୍ ସାଧାରଣତଃ ଗୋଟିଏ ଘଣ୍ଟାରେ ଚଳାଚଳ କରୁଥିଲା। ଟ୍ରାକ୍ରେ ଅନେକ ବାଧା ସତ୍ତ୍ୱେ ଟ୍ରେନ୍ ପୁରୀରେ ଯାଇ ପହଞ୍ଚିଥିଲା। ଆଜି ଖୋର୍ଦ୍ଧାରୋଡ୍ ଷ୍ଟେସନ୍ରୁ ସକାଳ ୯ଟା ୪୫ରେ ପୁରୀ ଅଭିମୁଖେ ଏକ ସ୍ୱତନ୍ତ୍ର ଟ୍ରେନ୍ ଯାଇଛି। ପୁରୀରୁ ଦିନ ୧୨ ୩୦ରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଖୋର୍ଦ୍ଧାରୋଡ୍ ଅଭିମୁଖେ ବାହାରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)