/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error940_1625494138.jpg)
vlcsnap-error940
ପୁରୀ: ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ନୀତି ଚାଲିଥିବା ବେଳେ ଶ୍ରୀମନ୍ଦିର ବଳୟ ଉପରେ ଏକ ହେଲିକପ୍ଟର ଉଡ଼ିବା ଦେଖିବାକୁ ମିଳିଥିଲା । ଶ୍ରୀମନ୍ଦିର ଅଞ୍ଚଳ ନୋ ଫ୍ଲାଇଂ ଜୋନ୍ ହୋଇଥିବା ବେଳେ ହେଲିକପ୍ଟର ଉଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା ।ତେବେ ପୁରୀ ଏସ୍ପି କନଓ୍ୱର ବିଶାଲ ସିଂହ ଏହାକୁ ହାଲୁକା ଭାବେ ନେଇଛନ୍ତି । ଏହାସହ କୌଣସି ବିପଦ ନଥିବା ସେ ଦର୍ଶାଇଛନ୍ତି । ସେ କହିଛନ୍ତି ଯେ, ଶ୍ରୀମନ୍ଦିର ଆକାଶରେ ଉଡ଼ିଥିବା ହେଲିକପ୍ଟରଟି ଭାରତୀୟ ତଟରକ୍ଷୀ ବାହିନୀର । ଏବେ ସିକ୍ୟୁରିଟି ଡ୍ରିଲ ଚାଲିଥିବାରୁ ହେଲକପ୍ଟର ଉଡ଼ି ଥାଇପାରେ । ତେବେ ଏନେଇ ଅଧିକ ତଦନ୍ତ କରାଯାଉଥିବା ମଧ୍ୟ ଏସ୍ପି କହିଛନ୍ତି ।
/odishatv-khabar/media/post_attachments/wp-content/uploads/2021/06/vlcsnap-error855.png)
ଅନ୍ୟପଟେ ଆଜି ଜ୍ୟେଷ୍ଠ ପୂର୍ଣ୍ଣମୀ ବା ଦେବସ୍ନାନ ପୂର୍ଣ୍ଣମୀ ଅବସରରେ ଶ୍ରୀଜିଉଙ୍କ ମହାସ୍ନାନ ନୀତି ସଂପନ୍ନ ହୋଇଛି । ବଡ଼ି ଭୋରରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧାବିଗ୍ରହଙ୍କୁ ରତ୍ନବେଦୀରୁ ଧାଡ଼ି ପହଣ୍ଡି କରି ସ୍ନାନବେଦୀକୁ ଅଣାଯାଇଥିଲା । ଏହାପରେ ସର୍ବତୀର୍ଥର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା ।
/odishatv-khabar/media/post_attachments/wp-content/uploads/2021/06/vlcsnap-error384-1.png)
ମହାପ୍ରଭୁଙ୍କ ସ୍ନାନନୀତି ସଂପନ୍ନ ହେବା ପରେ ରାଜନୀତି ଆରମ୍ଭ ହୋଇଥିଲା । ହେଲେ ଗଜପତି ମହାରାଜଙ୍କ ବଦଳରେ ମୁଦିରସ୍ତ ଆସି ଛେରାପହଁରା କରିଥିଲେ । ରାଜନୀତି ସଂପନ୍ନ ପରେ ଆରମ୍ଭ ହୋଇଥିଲା ହାତୀ ବା ଗଜାନନ ବେଶ । ଏହାପରେ ସାହାଣ ମେଲା ଦର୍ଶନ । ସନ୍ଧ୍ୟା ୫ଟାରୁ ୮ଟା ଭିତରେ ବାହୁଡ଼ା ପହଣ୍ଡି କରାଯିବ । ତେବେ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତିରେ ଏଥର ପୁରୀବାସୀ ଓ ଛତିଶା ନିଯୋଗର ସଂପୂର୍ଣ୍ଣ ସହଯୋଗ ରହିଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏବଂ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।
/odishatv-khabar/media/post_attachments/wp-content/uploads/2021/06/vlcsnap-error011.png)
ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶୁଭେଚ୍ଛା ଜଣାଇଛନ୍ତି । ଚତୁର୍ଦ୍ଧା ଦାରୁ ବିଗ୍ରହଙ୍କ ପାଦପଦ୍ମରେ ପ୍ରଣିପାତ କରିବା ସହ ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି । ଏଥିସହ ମାନବ ସମାଜର ମଙ୍ଗଳ, ସୁସ୍ଥ ଓ ନିରାମୟ ଜୀବନ କାମନା କରିଛନ୍ତି ଗଜପତି ମହାରାଜ ।
/odishatv-khabar/media/post_attachments/wp-content/uploads/2021/06/vlcsnap-error807.png)
ସେପଟେ ଖୋର୍ଦ୍ଧା ଜାଗୁଳାଇପାଟଣାର ଅନନ୍ତ ପୁରୁଷୋତ୍ତମ ଦେବଙ୍କ ପୀଠରେ ଆୟୋଜିତ ହୋଇଛି ସ୍ନାନଯାତ୍ରା । ବିଶ୍ୱର ଏକମାତ୍ର ହାତ ପାଦ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ କରାଯାଇଛି । କରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ପହଣ୍ଡି ହୋଇଥିଲା । କେବଳ ସେବକମାନେ ମନ୍ଦିର ପରିସରରେ ଥିବା କାରୁଣ୍ୟ କୂଅରୁ ଗରାରେ ଜଳ ଆଣିବା ପରେ ମହାପ୍ରଭୁଙ୍କ ସ୍ନାନ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)