Advertisment

ରାଜଧାନୀର ରାସ୍ତା ମଝିରେ ଜଳିଗଲା ଚଳନ୍ତା ଭ୍ୟାନ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା ଭ୍ୟାନ୍। କିମ୍‌ସ୍‌ ହସ୍ପିଟାଲ ପଛପଟ ରାସ୍ତାରେ ଏକ ଚଳନ୍ତା ଭ୍ୟାନ୍‌ରେ ଏହି ନିଆଁ ଲାଗି ଯାଇଛି। ଆଜି ଅପରାହ୍ଣ ପ୍ରାୟ୧ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି। ସୂଚନ ଅନୁସାରେ, ହଠାତ୍‌ ରାସ୍ତା ଉପରେ ଭ୍ୟାନ୍‌ଟିରେ ନିଆଁ ଲାଗି ଯାଇଥିଲା। ଭ୍ୟାନ୍‌ରେ ବିପୁଳ ପରିମାଣରେ କୌଣସି ରାସାୟନିକ ଦ୍ରବ୍ୟ ଲଦା ଯାଇଥିବା ଦେଖିବାକୁ ମିଳିଥିଲା। ଫଳରେ କୌଣସି କାରଣରୁ ନିଆଁ ଲାଗି ପୁରା ଗାଡ଼ି ଜଳିଯାଇଥିବା […]

author-image
Rajalaxmi Sahoo
ରାଜଧାନୀର ରାସ୍ତା ମଝିରେ ଜଳିଗଲା ଚଳନ୍ତା ଭ୍ୟାନ୍

fire

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା ଭ୍ୟାନ୍। କିମ୍‌ସ୍‌ ହସ୍ପିଟାଲ ପଛପଟ ରାସ୍ତାରେ ଏକ ଚଳନ୍ତା ଭ୍ୟାନ୍‌ରେ ଏହି ନିଆଁ ଲାଗି ଯାଇଛି। ଆଜି ଅପରାହ୍ଣ ପ୍ରାୟ୧ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି।

Advertisment

ସୂଚନ ଅନୁସାରେ, ହଠାତ୍‌ ରାସ୍ତା ଉପରେ ଭ୍ୟାନ୍‌ଟିରେ ନିଆଁ ଲାଗି ଯାଇଥିଲା। ଭ୍ୟାନ୍‌ରେ ବିପୁଳ ପରିମାଣରେ କୌଣସି ରାସାୟନିକ ଦ୍ରବ୍ୟ ଲଦା ଯାଇଥିବା ଦେଖିବାକୁ ମିଳିଥିଲା। ଫଳରେ କୌଣସି କାରଣରୁ ନିଆଁ ଲାଗି ପୁରା ଗାଡ଼ି ଜଳିଯାଇଥିବା ସନ୍ଦେହ କରାଯାଉଛି। ତେବେ ଏଥିରୁ ଡ୍ରାଇଭର ଜଣକ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ତେବେ ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ୨ ଅଗ୍ନିଶମ ଗାଡ଼ି ପ୍ରାୟ ଅଧଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ।

Advertisment

Advertisment
Advertisment