Advertisment

ମହଙ୍ଗା ପଡ଼ିଲା ଖଟ ଉପରେ ମୋବାଇଲ୍ ରଖି ଶୋଇବା

କୋରାପୁଟ: ଫାଟିଗଲା ମୋବାଇଲ୍। ଚାର୍ଜରେ ବସିଥିବା ମୋବାଇଲ୍ ବିସ୍ଫୋରଣ ଘଟି ବର୍ଷକର ଶିଶୁ ଗୁରୁତର ଭାବେ ଆହତ ହୋଇଛି। ଏପରି ଅଘଟଣ ଘଟିଛି କୋରାପୁଟ ଲକ୍ଷ୍ମୀପୁର ଅଞ୍ଚଳରେ। ଗତକାଲି ସ୍ଥାନୀୟ ବିଲାଂସିଲ୍ ଗାଁରେ ରୋହିତ ନାଚିକା ତାଙ୍କ ମୋବାଇଲ ଫୋନକୁ ଚାର୍ଜରେ ବସାଇଥିଲୋ। ତେବେ ଚାର୍ଜ ହୋଇସାରିବା ପରେ କୌଣସି କାରଣରୁ ମୋବାଇଲଟି ହଠାତ ଫାଟି ଯାଇଥିଲା। ବିସ୍ଫୋରଣ ଫଳରେ ନିକଟରେ ଶୋଇଥିବା ଶିଶୁ କନ୍ୟାର ମୁହଁରେ ଗୁରୁତର ଆଘାତ ଲାଗିଥିଲା। ଗୁରୁତର ଶିଶୁକନ୍ୟାଟି ଏବେ କୋରାପୁଟ […]

author-image
Chandan Shishu
ଅଦ୍ୟତନ ହୋଇଛି
ମହଙ୍ଗା ପଡ଼ିଲା ଖଟ ଉପରେ ମୋବାଇଲ୍ ରଖି ଶୋଇବା

blast

କୋରାପୁଟ: ଫାଟିଗଲା ମୋବାଇଲ୍। ଚାର୍ଜରେ ବସିଥିବା ମୋବାଇଲ୍ ବିସ୍ଫୋରଣ ଘଟି ବର୍ଷକର ଶିଶୁ ଗୁରୁତର ଭାବେ ଆହତ ହୋଇଛି। ଏପରି ଅଘଟଣ ଘଟିଛି କୋରାପୁଟ ଲକ୍ଷ୍ମୀପୁର ଅଞ୍ଚଳରେ। ଗତକାଲି ସ୍ଥାନୀୟ ବିଲାଂସିଲ୍ ଗାଁରେ ରୋହିତ ନାଚିକା ତାଙ୍କ ମୋବାଇଲ ଫୋନକୁ ଚାର୍ଜରେ ବସାଇଥିଲୋ।

Advertisment

ତେବେ ଚାର୍ଜ ହୋଇସାରିବା ପରେ କୌଣସି କାରଣରୁ ମୋବାଇଲଟି ହଠାତ ଫାଟି ଯାଇଥିଲା। ବିସ୍ଫୋରଣ ଫଳରେ ନିକଟରେ ଶୋଇଥିବା ଶିଶୁ କନ୍ୟାର ମୁହଁରେ ଗୁରୁତର ଆଘାତ ଲାଗିଥିଲା।

ଗୁରୁତର ଶିଶୁକନ୍ୟାଟି ଏବେ କୋରାପୁଟ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ବେଳେ ତାର ଅବସ୍ଥା ଏବେ ସ୍ଥିର ଥିବା ଜଣାପଡ଼ିଛି।

Advertisment

ସେହିପରି ଗତ ଜୁଲାଇ ମାସରେ ପୁରୀ ବାଲିଘାଇ ଅଞ୍ଚଳ ଆଦର୍ଶ ନଗର ଅଞ୍ଚଳରେ ପାଠ ପଢୁଥିଲା ବେଳେ ବ୍ଲାଷ୍ଟ ହୋଇଥିଲା ମୋବାଇଲ। ଅନ୍‌ଲାଇନ୍‌ରେ ପାଠପଢା ଚାଲୁଥିବା ବେଳେ ମୋବାଇଲ ଫାଟିଗଲା। ଏଥିରେ ଜଣେ ଛାତ୍ରୀଙ୍କ ହାତରେ ଆଘାତ ଲାଗିଥିଲା।

publive-imageସୂଚନା ଅନୁସାରେ ପୁରୀ ବାଲିଘାଇ ଅଞ୍ଚଳ ଆଦର୍ଶ ନଗର ବିଦ୍ୟାଧର ପଲାଇଙ୍କ ଝିଅ କେନ୍ଦ୍ରୀୟ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢନ୍ତି। ଛାତ୍ରୀ ଜଣକ ଅନ୍‌ଲାଇନ୍‌ରେ ପାଠ ପଢୁଥିବା ବେଳେ ହତାଠ୍ ଫୋନ୍‌ଟି ଫାଟି ଯାଇଥିଲା। ମୋବାଇଲ ଫାଟିବା ପରେ ମୋବାଇଲ୍‌ଟି ଖଣ୍ଡବିଖଣ୍ଡ ହୋଇଯାଇଥିଲା। ବ୍ଳାଷ୍ଟ ପରେ ମୋବାଇଲ ପଛଭାଗରେ ଥିବା ଅଂଶଟି ଜଳୁଥିଲା। ହାତରେ ଆଘାତ ଲାଗିଥିଲେ ମଧ୍ୟ ବଡ଼ ଅଘଟଣ ବର୍ତ୍ତିଯାଇଥିଲେ ଛାତ୍ରୀ।

Advertisment
Advertisment