/odishatv-khabar/media/post_attachments/uploadimage/library/16_9/16_9_0/coronavirus-odisha_1625142753.jpg)
coronavirus-odisha
ଭୁବନେଶ୍ଵର: କୋଭିଡରୁ ସୁରକ୍ଷିତ ରହିବା ପାଇଁ କଟକ SCBର ନିଶ୍ଚେତକ ବିଶେଷଜ୍ଞ ଡା. ନିବେଦିତା ପାଣି ପରାମର୍ଶ ଦେଇଛନ୍ତି।
Advertisment
- ଉଷୁମ ପାଣି ପିଅନ୍ତୁ, ଲେମ୍ବୁ, ମହୁ ମିଶାଇ ପିଅନ୍ତୁ।
- ଦିନକୁ ୨ରୁ ୩ ଥର ଗରମ ବାମ୍ଫ ନିଅନ୍ତୁ।
- କାଢ଼ା ପିଇଲେ ଭଲ।
- କାଶ ହେଉଥିଲେ ଡାକ୍ତରଙ୍କ ପରାମର୍ଶରେ କଫ୍ ସିରପ ଖାଆନ୍ତୁ।
- ନିଜ ଇଚ୍ଛାରେ ମାତ୍ରାଧିକ କଫ୍ ସିରପ ଖାଆନ୍ତୁ ନାହିଁ, ଖାଇଲେ ଖରାପ
- ନିୟମିତ ଶୟନ କରନ୍ତୁ।
- ସୁଷମ ଖାଦ୍ୟ ସେବନ କରନ୍ତୁ।
- ଫୁସଫୁସ ବେଶି କ୍ଷତି ହେଉଥିବାରୁ ଧୂମପାନ ଠାରୁ ଦୂରେଇ ରୁହନ୍ତୁ।
- ମାନସିକ ବିଷାଦ ଥିଲେ ପରିବାର ଓ ବନ୍ଧୁ ଶୁଭେଚ୍ଛୁଙ୍କ ସହ କଥା ହୁଅନ୍ତୁ।
ଓଡ଼ିଶା ରେ କରୋନା ସ୍ଥିତିକୁ ନେଇ ILS ନିର୍ଦ୍ଦେଶକ ଅଜୟ ପରିଡ଼ା କହିଥିଲେ ଯେ ଶୀତରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। କାରଣ ଶୀତ ସଂକ୍ରମଣ ବ୍ୟାପିବାରେ ସହାୟକ ହେବ। ତେଣୁ ସଜାଗ ନ ରହିଲେ ସଂକ୍ରମଣ ବଢ଼ିପାରେ।
Advertisment
ସେ ଆହୁରି କହିଛନ୍ତି, ‘ବର୍ତ୍ତମାନ ସଂକ୍ରମଣ କମିଛି ଓ ଦୈନିକ ୧୫ଶହ ପାଖାପାଖି ରହିଛି। ପୂଜାରେ ସଂକ୍ରମଣ ବଢ଼ିବାର ଆଶଙ୍କା ଥିଲା, ତେବେ ଲୋକଙ୍କ ସହଯୋଗ ଯୋଗୁ ଏହା କମିଛି। ଓଡ଼ିଶାରେ କରୋନା ରି-ଇନ୍ଫେକ୍ସନ୍ ହେଉଛି। କିନ୍ତୁ ବହୁତ କମ୍। ILSରେ ଟେଷ୍ଟିଂରେ ୩/୪ ଜଣ ଲୋକଙ୍କୁ ରି-ଇନ୍ଫେକ୍ସନ୍ ହୋଇଥିବା ଜଣାପଡ଼ିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)