Advertisment

ପାଟଣାଗଡ଼ରୁ ଜବତ ହେଲା ୮ଲକ୍ଷ ଟଙ୍କା

ସୋନପୁର(ରବିନ୍ଦ୍ର ହୋତା): ଝାରସୁଗୁଡ଼ା, ରାୟଗଡ଼ା, ରାଉରକେଲା, ଗଂଜାମ ପରେ ଏବେ ସୋନପୁର ଓ ପାଟଣାଗଡ଼ରୁ ଜବତ ହୋଇଛି ବେନାମୀ ଟଙ୍କା। ପାଟଣାଗଡ଼ ବର୍ଥଲା ଛକରେ ଯାନବାହନ ଯାଞ୍ଚ ବେଳେ ୮ ଲକ୍ଷ ଟଙ୍କା ଜବତ ହୋଇଛି। ଏକ ମାରୁତି ବ୍ରିଜ୍ କାର୍‌ରେ ଓଡ଼ଇପାଲି ଗାଁର ଚୁଡ଼ାମଣି କଟା ନାମକ ବ୍ୟକ୍ତି ଏହି ଟଙ୍କା ନେଇ ଯାଉଥିବା ବେଳେ ପୁଲିସ୍ ତାଙ୍କୁ ଧରିଛି। ଚୂଡ଼ାମଣି ତାଙ୍କ କପା ମିଲ୍ ପାଇଁ ଏହି ଟଙ୍କା ନେଉଥିବା କହିଛନ୍ତି। ସେପଟେ ପୁଲିସ […]

author-image
Sangita Sahu
ପାଟଣାଗଡ଼ରୁ ଜବତ ହେଲା ୮ଲକ୍ଷ ଟଙ୍କା

12

ସୋନପୁର(ରବିନ୍ଦ୍ର ହୋତା): ଝାରସୁଗୁଡ଼ା, ରାୟଗଡ଼ା, ରାଉରକେଲା, ଗଂଜାମ ପରେ ଏବେ ସୋନପୁର ଓ ପାଟଣାଗଡ଼ରୁ ଜବତ ହୋଇଛି ବେନାମୀ ଟଙ୍କା। ପାଟଣାଗଡ଼ ବର୍ଥଲା ଛକରେ ଯାନବାହନ ଯାଞ୍ଚ ବେଳେ ୮ ଲକ୍ଷ ଟଙ୍କା ଜବତ ହୋଇଛି। ଏକ ମାରୁତି ବ୍ରିଜ୍ କାର୍‌ରେ ଓଡ଼ଇପାଲି ଗାଁର ଚୁଡ଼ାମଣି କଟା ନାମକ ବ୍ୟକ୍ତି ଏହି ଟଙ୍କା ନେଇ ଯାଉଥିବା ବେଳେ ପୁଲିସ୍ ତାଙ୍କୁ ଧରିଛି। ଚୂଡ଼ାମଣି ତାଙ୍କ କପା ମିଲ୍ ପାଇଁ ଏହି ଟଙ୍କା ନେଉଥିବା କହିଛନ୍ତି। ସେପଟେ ପୁଲିସ ଏନେଇ ଖୋଲତାଡ଼ କରୁଛି।

Advertisment

ସେହିପରି ଆଜି ବଲାଙ୍ଗୀର-ସୋନପୁର ରାସ୍ତାର ହରଡ଼ଖୋଲ ନିକଟରୁ ତିନି ଲକ୍ଷ ଟଙ୍କା ଜବତ ହୋଇଛି। ଫ୍ଲାଇଙ୍ଗ ସ୍କ୍ୱାଡ ପକ୍ଷରୁ ଯାଞ୍ଚକୁ ଜୋରଦାର କରାଯାଇଛି। ଏହି ସମୟରେ ଏକ କାର୍‌ରୁ ୩ ଲକ୍ଷ ଟଙ୍କା ଜବତ ହୋଇଛି। ତେବେ ଟଙ୍କା କାହାର ଏବଂ କେଉଁଠିକୁ ନିଆଯାଉଥିଲା ସେ ନେଇ କୌଣସି ସନ୍ତୋଷଜନକ ଉତ୍ତର କାର୍ ମାଲିକ ଦେଇନାହାନ୍ତି। ତେଣୁ ଏହି ଟଙ୍କାକୁ ଜବତ କରି ଖୋଳତାଡ଼ କରୁଛି ପୁଲିସ୍ ।

Advertisment
Advertisment