Advertisment

କରୋନାକୁ ହରାଇଲେ ୭୫ ବର୍ଷୀୟା ବୃଦ୍ଧା

ମାଲକାନଗିରି: କରୋନାକୁ ମାତ ଦେଇ ସୁସ୍ଥ ହେଲେ ମାଲକାନଗିରିର ୭୫ ବର୍ଷୀୟ ବୃଦ୍ଧା ମହାଲକ୍ଷ୍ମୀ ପଣ୍ଡା। କିଛି ବର୍ଷ ପୂର୍ବେ ବ୍ରେନ ଷ୍ଟ୍ରୋକ ପରେ ପକ୍ଷାଘାତ କାରଣରୁ ସେ ବିଛଣାରୁ ଉଠି ପାରୁନଥିଲେ। ନିକଟରେ ତାଙ୍କୁ ଜ୍ୱର ହେବାରୁ କରୋନା ଟେଷ୍ଟ କରାଯାଇଥିଲା। ରିପୋର୍ଟ ପଜଟିଭ ଆସିବା ପରେ ଅଗଷ୍ଟ ମାସ ୨୧ ତାରିଖରେ ତାଙ୍କୁ ମାଲକାନଗିରି କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତା’ସହ ସେ ଉଚ୍ଚ ରକ୍ତଚାପ ରୋଗରେ ବି ଆକ୍ରାନ୍ତ ଥିଲେ। ଚିକିତ୍ସା ପରେ […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
କରୋନାକୁ ହରାଇଲେ ୭୫ ବର୍ଷୀୟା ବୃଦ୍ଧା

old-woman

ମାଲକାନଗିରି: କରୋନାକୁ ମାତ ଦେଇ ସୁସ୍ଥ ହେଲେ ମାଲକାନଗିରିର ୭୫ ବର୍ଷୀୟ ବୃଦ୍ଧା ମହାଲକ୍ଷ୍ମୀ ପଣ୍ଡା। କିଛି ବର୍ଷ ପୂର୍ବେ ବ୍ରେନ ଷ୍ଟ୍ରୋକ ପରେ ପକ୍ଷାଘାତ କାରଣରୁ ସେ ବିଛଣାରୁ ଉଠି ପାରୁନଥିଲେ।

Advertisment

ନିକଟରେ ତାଙ୍କୁ ଜ୍ୱର ହେବାରୁ କରୋନା ଟେଷ୍ଟ କରାଯାଇଥିଲା। ରିପୋର୍ଟ ପଜଟିଭ ଆସିବା ପରେ ଅଗଷ୍ଟ ମାସ ୨୧ ତାରିଖରେ ତାଙ୍କୁ ମାଲକାନଗିରି କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତା'ସହ ସେ ଉଚ୍ଚ ରକ୍ତଚାପ ରୋଗରେ ବି ଆକ୍ରାନ୍ତ ଥିଲେ। ଚିକିତ୍ସା ପରେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି।

ଏମିତିକି ସମସ୍ତଙ୍କୁ ଚିହ୍ନିବା ସହ ଠିକ୍ ଭାବେ ଚାଲି ବି ପାରୁଛନ୍ତି। କୋଭିଡ ମେଡିକାଲ ଷ୍ଟାଫଙ୍କୁ ଏଥିଲାଗି ମହାଲକ୍ଷ୍ମୀଙ୍କ ପରିବାର ଧନ୍ୟବାଦ ଦେବା ସହ ତାଙ୍କ ମାଆ ପୁନଃଜନ୍ମ ପାଇଛନ୍ତି ବୋଲି କହିଛନ୍ତି।

Advertisment
Advertisment
Advertisment