Advertisment

Denied Treatment Under Ayushman Card: କାମ ଦେଉନି ଆୟୁଷ୍ମାନ କାର୍ଡ; ବାଧ୍ୟ ହୋଇ ହାତରୁ ଟଙ୍କା ଦେବାକୁ ପଡୁଛି

କାମ ଦେଲାନି ଆୟୁଷ୍ମାନ କାର୍ଡ। କାର୍ଡ ପାଇ ମଧ୍ୟ ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଜଣେ ବରିଷ୍ଠ ନାଗରିକ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉମରକୋଟ ପୌରାଞ୍ଚଳ ୫ ନମ୍ବର ୱାର୍ଡର ବରିଷ୍ଠ ନାଗରିକ ଦ୍ରୌପଦୀ ତ୍ରିପାଠୀଙ୍କ କ୍ଷେତ୍ରରେ।

author-image
Pramod Behera
Denied Treatment Under Ayushman Card

କାମ ଦେଉନି ଆୟୁଷ୍ମାନ କାର୍ଡ Photograph: (OTV)

କାମ ଦେଲାନି ଆୟୁଷ୍ମାନ କାର୍ଡ। କାର୍ଡ ପାଇ ମଧ୍ୟ ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଜଣେ ବରିଷ୍ଠ ନାଗରିକ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉମରକୋଟ ପୌରାଞ୍ଚଳ ୫ ନମ୍ବର ୱାର୍ଡର ବରିଷ୍ଠ ନାଗରିକ ଦ୍ରୌପଦୀ ତ୍ରିପାଠୀଙ୍କ କ୍ଷେତ୍ରରେ। 

Advertisment

ତାଙ୍କ ବୟସ ୭୫ ବର୍ଷ। କିଛିଦିନ ହେଲା ସେ ପାରାଲିସସ୍ ରୋଗରେ ଆକ୍ରାନ୍ତ ହୋଇ ଘରେ ଶଯ୍ୟାଶାୟୀ ହୋଇ ପଡିଛନ୍ତି। ଅସୁସ୍ଥ ହେବାରୁ ପ୍ରଥମେ ଛତିଶଗଡ଼ରର ରାୟପୁରସ୍ଥିତ ଏକ ଘରୋଇ ଚିକିତ୍ସାଳୟକୁ ଯାଇଥିଲେ। ସେଠାରେ ଚିକିତ୍ସା ଆରମ୍ଭ ହୋଇଥିଲା। ପରେ ଯେତେବେଳେ ମେଡିକାଲ କର୍ତ୍ତୃପକ୍ଷ ଜାଣିବାକୁ ପାଇଲେ ଯେ ଆୟୁଷ୍ମାନ କାର୍ଡରୁ ଟଙ୍କା ପୈଠ କରାଯିବ ସେତେବେଳେ ସେମାନେ ରୋକ ଠୋକ ମନା କରିଥିଲେ ଏବଂ ଚିକିତ୍ସା ବାବଦକୁ ଟଙ୍କା ପୈଠ କରିବାକୁ କହିଲେ। ଶେଷରେ ବାଧ୍ୟ ହୋଇ ହାତରୁ ଟଙ୍କା ଦେଇ ଚିକିତ୍ସା ହେଲେ। ଅନ୍ୟ ଏକ ମେଡିକାଲକୁ ନେଇ ଚିକିତ୍ସା କରାଇଲୁ ବୋଲି କହିଛନ୍ତି ତାଙ୍କ ପୁଅ ହିମାଂଶୁ ଦାସ। 

ତେବେ, ପୂର୍ବରୁ ଆୟୁଷ୍ମାନ କାର୍ଡରେ ଚିକିତ୍ସିତ ହୋଇଥିବା ରୋଗୀଙ୍କ ଟଙ୍କା ମିଳି ନାହିଁ, ତେଣୁ ଆମେ ଆପଣଙ୍କ ମା’ଙ୍କ ଚିକିତ୍ସା କାର୍ଡ ଦ୍ୱାରା କରିପାରିବୁ ନାହିଁ ବୋଲି ରୋକ୍‌ଠୋକ ମନା କରିଦେଇଥିଲେ ମେଡିକାଲ କର୍ତ୍ତୃପକ୍ଷ। ଫଳରେ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲ। ଅନ୍ୟପଟେ ସରକାର ଏ ଦିଗରେ ଟିକେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ପୀଡିତାଙ୍କ ପୁଅ।

Advertisment
Health Care Health Ayushman Bharat
Advertisment
Advertisment