Advertisment

ରାଜ୍ୟର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା; ଗଲା ୮ ଜୀବନ

ବାଲିଗୁଡ଼ା(ଅଜିତ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅଧିନ ପେତାରବାଡ଼ି ଘାଟିରେ ଏକ ବସ ଓଲଟି ପଡ଼ିଛି। ଏଥିରେ ୭ ଜଣରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ବର୍ତ୍ତମାନ ଚିକିତ୍ସା ନିମନ୍ତେ ଦାରିଙ୍ଗବାଡ଼ି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାଲିଗୁଡ଼ା: ଘାଟିରେ ଓଲଟିଲା ବସ୍; ୭ ଗୁରୁତର, ପେତାରବାଡ଼ି ଘାଟିରେ ଓଲଟିପଡ଼ିଲା ବସ୍, ଦାରିଙ୍ଗବାଡ଼ିରୁ ରାଣିପାଙ୍ଗା ଯିବା ବାଟରେ ଦୁର୍ଘଟଣା, ଦୁର୍ଘଟଣାରେ ଗୁରୁତର ୭ ଜଣ ଦାରିଙ୍ଗବାଡ଼ି ହସ୍ପିଟାଲରେ ଭର୍ତ୍ତି #Odisha — ଓଟିଭି (@otvkhabar) […]

ରାଜ୍ୟର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା; ଗଲା ୮ ଜୀବନ

bus-accidnet

Advertisment

ବାଲିଗୁଡ଼ା(ଅଜିତ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅଧିନ ପେତାରବାଡ଼ି ଘାଟିରେ ଏକ ବସ ଓଲଟି ପଡ଼ିଛି। ଏଥିରେ ୭ ଜଣରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ବର୍ତ୍ତମାନ ଚିକିତ୍ସା ନିମନ୍ତେ ଦାରିଙ୍ଗବାଡ଼ି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ ବସଟି ଦାରିଙ୍ଗବାଡିରୁ ରାଣିପାଙ୍ଗା ଅଭିମୁଖେ ଯାଉଥିଲା। ତେବେ ଘାଟି ରାସ୍ତାରେ ବ୍ରେକ ଫେଲ ହୋଇଯିବାରୁ ବସଟି ଘାଟି ତଳକୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଏପରି କହିଛନ୍ତି ଗାଡ଼ି ମାଲିକ।

Advertisment

[caption id="" align="aligncenter" width="1280"]May be an image of outdoors and textକନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅଧିନ ପେତାରବାଡ଼ି ଘାଟିରେ ଓଲଟି ପଡ଼ିଛି ବସ [/caption]

ଏପଟେ କଟକ ଟାଙ୍ଗିରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ପଶ୍ଚିମବଙ୍ଗର ମେଦିନାପୁରରୁ ଏକ ପରିବାର ନିଜର ପିଲାର ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ କଟକ ଆସୁଥିବା ବେଳେ ଗୋବିନ୍ଦପୁର ନିକଟରେ ଆମ୍ବୁଲାନ୍ସଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରତର ଆହତ ହୋଇଛନ୍ତି।

Advertisment

ସେହିଭଳି ମୟୂରଭଞ୍ଜ କରଞ୍ଜିଆରେ ପିକ୍ଅପ୍ ଧକ୍କାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ଏନଏଚ୍-୫୩ର କେନ୍ଦୁମୁଣ୍ଡିଠାରେ ପିକ୍ ଅପ୍ ଭ୍ୟାନଟି ବାଇକୁ ଧକ୍କା ଦେଇଥିଲା। କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଗଛରେ ବାଇକ୍ ପିଟି ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି।

ସେପଟେ ଯାଜପୁର ରୋଡ୍ ଖଣ୍ଡହତା ଛକରେ ଏକ ବାଲି ବୋଝେଇ ଡମ୍ପର ଜଣେ ବାଇକ୍ ଆରୋହୀଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ