result
ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ କଳା ପରୀକ୍ଷା ରେଜଲ୍ଟ। ପରୀକ୍ଷା ଫଳାଫଳ ସମ୍ପର୍କରେ CHSE କାର୍ଯ୍ୟାଳୟରେ ସୂଚନା ଦେଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ। ଯୁକ୍ତ ଦୁଇ କଳାରେ ୬୭.୫୬% ଛାତ୍ରଛାତ୍ରୀ ପାସ୍ କରିଥିବା ସୂଚନା ଦେଲେ ଗଣଶିକ୍ଷାମନ୍ତ୍ରୀ।
ତେବେ ଚଳିତ ଥର ପରୀକ୍ଷା ଯୁକ୍ତ ଦୁଇ କଳାରେ ୨ ଲକ୍ଷ ୧୯ ହଜାର ୭୧୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ପାସ୍ କରିଛନ୍ତି ୧ ଲକ୍ଷ ୪୮ ହଜାର ୪୫୨ ପରୀକ୍ଷାର୍ଥୀ। ପାସ୍ ହାରରେ ପୁଅଙ୍କୁ ପଛରେ ପକାଇଲେ ଝିଅ। ପୁଅଙ୍କ ପାସ୍ ହାର- ୫୭.୩୩% ରହିଥିବା ବେଳେ ଝିଅଙ୍କ ପାସ୍ ହାର- ୭୫.୪୮ ପ୍ରତିଶତ ରହିଛି।
ମୋଟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୨ ହଜାର ୧୯୬ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି। ସେହିଭଳି ୨ୟ ଶ୍ରେଣୀରେ ୨୬,୦୨୭ ଓ ୩ୟ ଶ୍ରେଣୀରେ ୧,୦୦,୧୦୧ ପାସ୍ କରିଥିବା ଗଣଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି।
ଯୁକ୍ତ ଦୁଇ କଳାରେ ବରଗଡ଼ ଜିଲ୍ଲାରେ ସର୍ବାଧିକ ପାସ୍ ହାର ୭୬.୬୩% ରହିଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ସର୍ବନିମ୍ନ ପାସ୍ ହାର ୪୪.୬୭% ରହିଛି। କେବଳ ଜଣେ ପରୀକ୍ଷାର୍ଥୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ୧୦ଟି କଲେଜରେ ଶତ ପ୍ରତିଶତ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। କୌଣସି କଲେଜରେ ଜିରୋ ରେଜଲ୍ଟ ହୋଇନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/result_1625355497.jpg)