/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error265_1626758663.jpg)
vlcsnap-error265
ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ତାରରେ ନଦୀ ପାର ହେଉଥିବା ବେଳେ ଦୁର୍ଘଟଣାରେ ୬ଜଣ ଅାହତ ହୋଇଛନ୍ତି। ବିଦ୍ୟୁତ୍ ତାର ବାନ୍ଧି ଲୋକେ ନଦୀ ପାର ହେଉଥିବା ବେଳେ ତାର ଛିଣ୍ଡିଯିବାରୁ ୬ଜଣ ମହିଳା ନଦୀ ଭିତରକୁ ଖସି ପଡ଼ିଥିଲେ। ଏତିକି ବେଳେ ସ୍ଥାନୀୟ ଲୋକେ ମହିଳାଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଠିକ୍ ଥିବା ଜଣାପଡ଼ିଛି।
Advertisment
ନଦୀ ପାର ହୋଇ ବୁରାଙ୍ଗିଆ ଅଞ୍ଚଳର ମହିଳାମାନେ ଦାରିଙ୍ଗବାଡ଼ି ଅାସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଗାଁକୁ ବ୍ରିଜ୍ଟିଏ ନଥିବାରୁ ଲୋକେ ବାଧ୍ୟ ହୋଇ ବିପଦପୂର୍ଣ୍ଣ ଭାବେ ନଦୀ ପାର ହେଉଛନ୍ତି। ତେଣୁ ଏଭଳି ଦୁର୍ଘଟଣା ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ବିଧାୟକ କହିଛନ୍ତି ବର୍ଷା ଯୋଗୁ ବ୍ରିଜ୍ ନିର୍ମାଣ ବାଧାପ୍ରାପ୍ତ ହୋଇଛି।
Advertisment