corona-virus-w
ଭୁବନେଶ୍ୱର: ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଦିନକରେ ୫୬୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଗଞ୍ଜାମରୁ ସର୍ବାଧିକ ୨୮୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକରୁ ୮୧, ରାୟଗଡ଼ା- ୭୬, ବରଗଡ଼ରୁ ୨୧, ଖୋର୍ଦ୍ଧା- ୨୬, ବଲାଙ୍ଗିର- ୧୯, ମୟୂରଭଞ୍ଜରୁ ୧୦, ସମ୍ବଲପୁର- ୮, କେନ୍ଦୁଝର ଓ ଜଗତସିଂହପୁରରୁ ୬ ଜଣ ଲେଖାଏ, କଳାହାଣ୍ଡିରୁ ୫, କୋରାପୁଟରୁ ୪, ଢେଙ୍କାନାଳ, ଯାଜପୁର ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏ, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏ , ପୁରୀ ଓ ଭଦ୍ରକରୁ ଜଣେ ଲେଖାଏ କରୋନା ଅାକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି NDRFର ଆଉ ଜଣେ ଯବାନ କରୋନାରେ ଅାକ୍ରାନ୍ତ ହୋଇଥିବା ସୂଚନା ମିଳିଛି।
/odishatv-khabar/media/post_attachments/wp-content/uploads/2020/07/B612_20200703_110756_534.jpg)
/odishatv-khabar/media/post_attachments/wp-content/uploads/2020/07/B612_20200703_110826_810.jpg)
/odishatv-khabar/media/post_attachments/wp-content/uploads/2020/07/B612_20200703_110843_636.jpg)
୫୬୧ ମଧ୍ୟରୁ କ୍ୱାରେଣ୍ଟିନରୁ ୪୨୫, ଲୋକାଲ୍ contacts କେସ ୧୩୬ ଥିବା ଜଣାଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୮୧୦୬କୁ ବୃଦ୍ଧି, ଏଯାବତ୍ ୫୫୦୨ ଜଣ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ କେସ୍ ଅଛି ୨୫୬୭।
/odishatv-khabar/media/post_attachments/wp-content/uploads/2020/07/B612_20200703_112226_850.jpg)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/corona-virus-w_1626156912.jpg)