Advertisment

ଏଣିକି ମାସ୍କ ନପିନ୍ଧିଲେ ୫ହଜାର ଜରିମାନା

ଭୁବନେଶ୍ୱର: କରୋନା ପାଇଁ କଟକଣା ଓ ଜରିମାନାକୁ ଆହୁରି କଡ଼ା କଲେ ରାଜ୍ୟ ସରକାର। ଏଣିକି ମାସ୍କ ନପିନ୍ଧିଲେ ୫ ହଜାର ପର୍ଯ୍ୟନ୍ତ ଜରିମାନା ଗଣିବେ ଅମାନିଆ। ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ରାଜ୍ୟରେ ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଉଥିବାର ଦେଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କିଛି ଅମାନିଆଙ୍କ ପାଇଁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେବଳ ୧୦ ପ୍ରତିଶତ […]

author-image
Ranjeet Kumar Jena
ଏଣିକି ମାସ୍କ ନପିନ୍ଧିଲେ ୫ହଜାର ଜରିମାନା

mask

ଭୁବନେଶ୍ୱର: କରୋନା ପାଇଁ କଟକଣା ଓ ଜରିମାନାକୁ ଆହୁରି କଡ଼ା କଲେ ରାଜ୍ୟ ସରକାର। ଏଣିକି ମାସ୍କ ନପିନ୍ଧିଲେ ୫ ହଜାର ପର୍ଯ୍ୟନ୍ତ ଜରିମାନା ଗଣିବେ ଅମାନିଆ। ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

Advertisment

ରାଜ୍ୟରେ ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଉଥିବାର ଦେଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କିଛି ଅମାନିଆଙ୍କ ପାଇଁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେବଳ ୧୦ ପ୍ରତିଶତ ଅମାନିଆ ୯୦ ପ୍ରତିଶତ ଲୋକଙ୍କୁ ବିପଦରେ ପକାଉଛନ୍ତି। କିନ୍ତୁ ଏବେ ଏହି ଅମାନିଆଙ୍କ ପାଇଁ କଠୋର ହୋଇଛନ୍ତି ରାଜ୍ୟ ସରକାର।

ପ୍ରଥମ ୨ ଥର ମାସ୍କ ନପିନ୍ଧି ଧରାପଡ଼ିଲେ ହଜାରେ ଲେଖାଏଁ ଜରିମାନା ଦେବାକୁ ପଡ଼ିବ। ଏହାର ପରବର୍ତ୍ତୀ ଅବସ୍ଥାରେ ଧରାପଡ଼ିଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ମୁଖ୍ୟା ଶାସନ ସଚିନ କହିଛନ୍ତି। ସେହିପରି ବାହାଘର ଗାଇଡଲାଇନ ନମାନିଲେ ୧୦ ହଜାର ଟଙ୍କା ଜରିମାନା ଲଗାଯିବ। ଏହାସହ ବାହାଘର ହେଉଥିବା ମଣ୍ଡପକୁ ମଧ୍ୟ ସିଲ୍ କରାଯିବ।

Advertisment
Advertisment
Advertisment