Advertisment

'ଭାଙ୍ଗିଗଲା ୫୦୦ ବର୍ଷର ପରମ୍ପରା'

ଭୁବନେଶ୍ୱର: ଚଳିତ ବର୍ଷ ରଥଯାତ୍ରା ବନ୍ଦ। ସୁପ୍ରିମ୍ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର ବିରୋଧ କରିବା ସହ ୫୦୦ ବର୍ଷର ପରମ୍ପରା ଭାଙ୍ଗିଥିବା କଥା କହିଛନ୍ତି। ସେ କହିଛନ୍ତି, ସୁପ୍ରିମ କୋର୍ଟଙ୍କ ଦ୍ୱାରା ଯାହା ନିଷ୍ପତ୍ତି ନିଆଯାଇଛି, ତାହା ସବୁ ପ୍ରାୟୋଜିତ। ଯେବେଠାରୁ ଅକ୍ଷୟ ତୃତୀୟାକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଗଲା, ସେହିଦିନ ଠାରୁ ରଥଯାତ୍ରାକୁ ବନ୍ଦ କରିବା ପାଇଁ ଯୋଜନା ଆରମ୍ଭ ହୋଇଥିଲା। ଓଡ଼ିଆଙ୍କର ପ୍ରାଣ ଦେବତାଙ୍କ ରଥଯାତ୍ରା […]

'ଭାଙ୍ଗିଗଲା ୫୦୦ ବର୍ଷର ପରମ୍ପରା'

binayak

Advertisment

ଭୁବନେଶ୍ୱର: ଚଳିତ ବର୍ଷ ରଥଯାତ୍ରା ବନ୍ଦ। ସୁପ୍ରିମ୍ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର ବିରୋଧ କରିବା ସହ ୫୦୦ ବର୍ଷର ପରମ୍ପରା ଭାଙ୍ଗିଥିବା କଥା କହିଛନ୍ତି।

Advertisment

ସେ କହିଛନ୍ତି, ସୁପ୍ରିମ କୋର୍ଟଙ୍କ ଦ୍ୱାରା ଯାହା ନିଷ୍ପତ୍ତି ନିଆଯାଇଛି, ତାହା ସବୁ ପ୍ରାୟୋଜିତ। ଯେବେଠାରୁ ଅକ୍ଷୟ ତୃତୀୟାକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଗଲା, ସେହିଦିନ ଠାରୁ ରଥଯାତ୍ରାକୁ ବନ୍ଦ କରିବା ପାଇଁ ଯୋଜନା ଆରମ୍ଭ ହୋଇଥିଲା। ଓଡ଼ିଆଙ୍କର ପ୍ରାଣ ଦେବତାଙ୍କ ରଥଯାତ୍ରା ବନ୍ଦ ହେବା ପରେ କାଳେ ରାଜ୍ୟରେ ବିରୋଧ ହେବ, ଯାହାର ସିଧାସଳଖ ପ୍ରଭାବ ସରକାରଙ୍କ ଉପରେ ପଡ଼ିବ। ତେଣୁ ସରକାର ଏସବୁକୁ ଜାଣିଶୁଣି ଲୁଚାଇ ରଖିଥିଲେ।

ସେ ଆହୁରି କହିଛନ୍ତି, ରଥଯାତ୍ରା ପାଇଁ ସବୁ ପ୍ରସ୍ତୁତି କରାଗଲା। ତିନି ରଥ ତିଆରି କରାଗଲା ଏବଂ ନିର୍ଦ୍ଧାରିତ ସମୟରେ ଜଗନ୍ନାଥଙ୍କର ସମସ୍ତ ନୀତିକାନ୍ତି ମଧ୍ୟ ଚାଲିଲା। ଏବେ ଜାଣିଶୁଣି ସେମାନେ ଦୁଇଜଣଙ୍କୁ ପଠାଇଲେ, ଯାହାଙ୍କ ପାଖରେ ଖାଇବା ପାଇ ମୁଠେ ଦାନା ନଥିବ, କିନ୍ତୁ ଲକ୍ଷ ଲକ୍ଷ ଟଙ୍କା ଦେଇ ଓକିଲକୁ ଛିଡ଼ା କରାଇଲେ। କାହା ଟଙ୍କାରେ ସେମାନେ ଏହି ଓକିଲଙ୍କୁ ଛିଡ଼ା କରାଇଲେ। ତେଣୁ ମୁଁ କହିବି ଏସବୁ ପ୍ରାୟୋଜିତ। ଆଜି ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇଗଲା ଯେ, ୫୦୦ ବର୍ଷ ଭିତରେ ଯେଉଁ ରଥଯାତ୍ରା କେବେ ବନ୍ଦ ହୋଇନଥିଲା, ଆଜି ତାକୁ ଏମାନେ ବନ୍ଦ କରି ଦେଖାଇ ଦେଲେ।

Advertisment

publive-imageଅନ୍ୟପଟେ ସୁପ୍ରିମ୍ କୋର୍ଟଙ୍କ ଏହି ଐତିହାସିକ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ଆବେଦନକାରୀ ତଥା ଓଡ଼ିଶା ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର ପାଢୀ। ସେ କହିଛନ୍ତି, ମାର୍ଚ୍ଚ ମାସରେ କରୋନା ସ୍ଥିତି ଯାହା ଥିଲା, ବର୍ତ୍ତମାନ ତାହା ଅଣାୟତ ଅବସ୍ଥାରେ ପହଞ୍ଚିଛି।

ଗୋଟିଏ ପଟେ କରୋନାର ଭୟବହତା ଏବଂ ଅନ୍ୟପଟେ ବାସ୍ତବତା, ତା ପୁଣି ଗୋଟିଏ ପଟେ ଧର୍ମ, ପରମ୍ପରା ଓ ଆବେଗର କଥା। ହେଲେ ଏବେ ବାସ୍ତବତାକୁ ପ୍ରଥମେ ସ୍ୱୀକାର କରିବାକୁ ପଡ଼ିବ। ଯଦି ରଥଯାତ୍ରା ହୁଏ, ତାହେଲେ ଓଡ଼ିଶାର ସ୍ଥିତି ବିଗିଡ଼ିବା ଆଶଙ୍କାକୁ ଅନୁଭବ କରି ସୁପ୍ରିମକୋର୍ଟ ଆଜି ଯେଉଁ ରାୟ ଦେଇଛନ୍ତି, ତାହା ସମସ୍ତଙ୍କ ପାଇଁ ସ୍ୱାଗତଯୋଗ୍ୟ।

Advertisment

ଆମେ ମଧ୍ୟ ସୁପ୍ରିମ୍ କୋର୍ଟଙ୍କ ଏହି ଐତିହାସିକ ରାୟକୁ ସ୍ୱାଗତ କରୁଛୁ। ମୋ ମତରେ ଯାହା ନିଷ୍ପତ୍ତି ହେଲା, ସବୁ ବିଶ୍ୱ ନିୟନ୍ତା ଜଗନ୍ନାଥଙ୍କ ଇଛା। ଜଗନ୍ନାଥ ବୋଧେ ଚାହୁଁଛନ୍ତି ଏମିତି ପରମ୍ପରା ସୃଷ୍ଟି ହେଉ ବୋଲି ସୁଶାନ୍ତ କୁମାର ପାଢୀ କହିଛନ୍ତି।

Odisha Puri Puri Ratha Jatra 2020 Ratha Jatra Cancel Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ