death
ବାଲେଶ୍ୱର:(ରଞ୍ଜିତ ପାକଳ): ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୫ ବର୍ଷର ଶିଶୁକନ୍ୟାର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଡାକ୍ତରଖାନା ଆଗରେ ଶବ ରଖି ପରିବାର ଲୋକେ ଧାରଣା ଦେଇଛନ୍ତି।
ସାଉଡ଼ି ଗାଁର ଜଣେ ଶିଶୁ କନ୍ୟାଙ୍କ ମୁଣ୍ଡରେ ଟ୍ୟୁମର ହୋଇଥିଲା। ତେଣୁ ଗତ ବୁଧବାର ଦିନ ପରିବାର ଲୋକେ ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଗତକାଲି ଡାକ୍ତର ଟ୍ୟୁମର ଅପରେସନ କରିଥିଲେ। ତେବେ ଅପରେସନ ପରେ ସନ୍ଧ୍ୟାରେ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଥିଲା। ରାତିରେ କଟକ ସ୍ଥାନାନ୍ତର ବେଳେ ଶିଶୁଟିର ମୃତ୍ୟୁ ଘଟିଥିଲା।
ଅପରେସନ୍ ପରେ ଚିକିତ୍ସାରେ ଅବହେଳା ଯୋଗୁ ଶିଶୁର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। କ୍ଷତିପୂରଣ ସହ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଡାକ୍ତରଖାନା ଆଗରେ ପରିବାର ଲୋକେ ଧାରଣା ଦେବା ସହ ରାସ୍ତାରୋକ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/death-10_1626759269.jpg)