/odishatv-khabar/media/post_attachments/uploadimage/library/16_9/16_9_0/vk-pandian_1625189027.jpg)
vk-pandian
ପୁରୀ: ପୁରୀ ସ୍ୱର୍ଗଦ୍ୱାରର ଉନ୍ନତି, ଗୋଶାଳା, ଭିକ୍ଷୁକ ଥଇଥାନ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ ଭିକେ ପାଣ୍ଡିଆନ। ପୁରୀ ଯାଇ ଏସବୁର ସ୍ଥିତି ସମୀକ୍ଷା କରିଛନ୍ତି ସଚିବ। ଆସନ୍ତା ମାର୍ଚ୍ଚ ସୁଦ୍ଧା ସ୍ୱର୍ଗଦ୍ୱାର ଉନ୍ନତି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଶବ ସତ୍କାର କରିବାକୁ ଯାଉଥିବା ଲୋକଙ୍କ ପାଇଁ ସେଡ୍ ତିଆରି ହେବ ବୋଲି ନିଷ୍ପତ୍ତି ହୋଇଛି।
Advertisment
ତା ସହିତ ବଡ଼ଦାଣ୍ଡକୁ ସଫା ସୁତୁରା କରିବାକୁ ବୁଲା ଗୋରୁ ଗୋଶାଳା ସ୍ଥାନାନ୍ତରିତ ହୋଇଛି। ୭ ଶହ ବୁଲା ଗୋରୁଙ୍କୁ ସ୍ଥାନାନ୍ତରଣ ଶେଷ ହେବା ସହିତ ଆଉ ୪୦୦ ସ୍ଥାନାନ୍ତର ହେବେ ବୋଲି ସୂଚନ ମିଳିଛି।
ଏହା ବାଦ୍ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରୁଥିବା ୫୦୦ ଭିକ୍ଷୁକଙ୍କ ଥଇଥାନ ଶେଷ ହେବା ସହିତ ୧୫୦ ଭିକ୍ଷୁକଙ୍କୁ ପରିବାରକୁ ଫେରାଇ ଦିଆଯାଇଥିବା ସୂଚନା ମିଳିଛି। ବାଙ୍କୀ ମୁହାଣ ଓ ପୁରୀ ବ୍ଲୁ ଫ୍ଲାଗ ବିଚ୍ ଯାଇ ସମୀକ୍ଷା କରିଛନ୍ତି ପାଣ୍ଡିଆନ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)