Advertisment

'କରୋନା'କୁ ନେଇ ଓଡ଼ିଶାରେ ଆତଙ୍କ

ଭୁବନେଶ୍ୱର : ମହାମାରୀର ରୂପ ନେଉଛି ‘କରୋନ୍‌’ ଭାଇରସ୍‌। ଏଥିରେ ଆକ୍ରାନ୍ତ ହୋଇ ୨୫୯ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରୁ ବର୍ତ୍ତି ପାରିନି ଓଡ଼ିଶା। ଜଣଙ୍କ ପରେ ଜଣେ ସନ୍ଦିଗ୍ଧଙ୍କୁ ନେଇ ଓଡ଼ିଶାରେ ହଇଚଇ ସୃଷ୍ଟି ହୋଇଛି। ଆଜି ସୁଦ୍ଧା ରାଜ୍ୟରେ ୫ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଗଲାଣି। ସେମାନଙ୍କ ମଧ୍ୟରୁ ଚୀନ ଫେରନ୍ତା ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କୁ ଏସ୍‌ସିବିର ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ଆବଶ୍ୟକ ରକ୍ତ ନମୁନା ପରୀକ୍ଷା ପାଇଁ […]

author-image
Pradesh Pratyush
'କରୋନା'କୁ ନେଇ ଓଡ଼ିଶାରେ ଆତଙ୍କ

corona

ଭୁବନେଶ୍ୱର : ମହାମାରୀର ରୂପ ନେଉଛି ‘କରୋନ୍‌’ ଭାଇରସ୍‌। ଏଥିରେ ଆକ୍ରାନ୍ତ ହୋଇ ୨୫୯ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରୁ ବର୍ତ୍ତି ପାରିନି ଓଡ଼ିଶା। ଜଣଙ୍କ ପରେ ଜଣେ ସନ୍ଦିଗ୍ଧଙ୍କୁ ନେଇ ଓଡ଼ିଶାରେ ହଇଚଇ ସୃଷ୍ଟି ହୋଇଛି। ଆଜି ସୁଦ୍ଧା ରାଜ୍ୟରେ ୫ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଗଲାଣି। ସେମାନଙ୍କ ମଧ୍ୟରୁ ଚୀନ ଫେରନ୍ତା ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କୁ ଏସ୍‌ସିବିର ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ଆବଶ୍ୟକ ରକ୍ତ ନମୁନା ପରୀକ୍ଷା ପାଇଁ ପୁଣେ ପଠାଯାଇଛି। ୩/୪ ଦିନ ଭିତରେ ରେଜଲ୍‌ଟ ଆସିବା ପରେ ସଂପୃକ୍ତ ଡାକ୍ତରୀ ଛାତ୍ର କରୋନା ଦ୍ୱାରା ସଂକ୍ରମିତ କି ନୁହଁନ୍ତି, ସ୍ପଷ୍ଟ ହୋଇଯିବ। ୪ ଜଣଙ୍କୁ ସେମାନଙ୍କ ଘରେ ରଖି ଅନୁଧ୍ୟାନ କରାଯାଉଛି। ସମସ୍ତଙ୍କର ନମୁନା ସଂଗ୍ରହ କରି ପୁଣେ ପଠାଯାଇଛି।

Advertisment

ଏପଟେ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ସବୁ ଜିଲ୍ଲାପାଳ, ସିଡ଼ିଏମ୍ଓଙ୍କ ସହ କରୋନା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସତର୍କ ରହିବାକୁ ବିଭାଗୀୟ ଅଧିକାରୀଙ୍କ ପରାମର୍ଶ ଦେଇଛନ୍ତି। ସେପଟେ କରୋନା ଚିକିତ୍ସା ପାଇଁ ଏସ୍‌ସିବିରେ ଅତିରିକ୍ତ ଅଧୀକ୍ଷକ ଡାକ୍ତର ଏସ୍. ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ୯ ଜଣିଆ ଡାକ୍ତରୀ ଟିମ ଗଠନ କରାଯାଇଛି।

ପ୍ରାଣଘାତୀ ହୋଇଛି କରୋନା। ୧୮ଟି ଦେଶକୁ ବ୍ୟାପିଲାଣି ଏହି ଭୂତାଣୁ। ଚୀନରେ ଏଯାଏଁ ୨୫୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ହଜାର ୭୯୧ ଜଣ ଆକ୍ରାନ୍ତ ହୋଇ ଭୟ ଆଉ ଆତଙ୍କରେ ଜୀବନ ଜୀଉଁଛନ୍ତି। ଏଭଳି ଭୟାବହତାକୁ ଦେଖି ବିଭିନ୍ନ ଦେଶର ନାଗରିକ ଉହାନ୍ ଛାଡ଼ିବାରେ ଲାଗିଛନ୍ତି। ଅନ୍ୟପକ୍ଷରେ ଉହାନ୍‌ରେ ରହୁଥିବା ୩୨୪ ପ୍ରବାସୀ ଭାରତୀୟମାନେ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଭାରତ ଫେରିଛନ୍ତି। ସେମାନଙ୍କୁ ଦିଲ୍ଲୀ ITBPରେ ୬ଶହ ଶଯ୍ୟା ବିଶିଷ୍ଟ ଏକ ଚିକିତ୍ସା ଶିବିରରେ ରହିଛନ୍ତି। ସେଠାରେ ସେମାନଙ୍କୁ ଚିକିତ୍ସା କରାଯାଉଛି। ଆଉ କିଛି ଭାରତୀୟଙ୍କୁ ଆଣିବା ପାଇଁ ସ୍ୱତନ୍ତ୍ର ବିମାନ ଉହାନ ଯାଇଛି।

Advertisment
Advertisment
Advertisment