Advertisment

ସ୍କୁଲରେ ପାଠ ପଢ଼ାଉଛନ୍ତି ନକଲି ଶିକ୍ଷକ

ବ୍ରହ୍ମପୁର(ଜଗନ୍ନାଥ ସାହୁ) : ପିଲାମାନେ ପାଠ ପଢ଼ିବା ପାଇଁ ସ୍କୁଲ ଯାଉଛନ୍ତି। ସେମାନଙ୍କୁ ପାଠ ପଢ଼ାଉଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ। ପ୍ରକୃତରେ ଯେଉଁ ସାର୍‌ମାନେ ପଢ଼ାଉଛନ୍ତି, ସେମାନେ ଅସଲି ନା ନକଲି। ତାହା ଏବେ ଚିନ୍ତା କାରଣ ହୋଇଛି। ଏପରି କହିବାର କାରଣ ହେଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା ଗଞ୍ଜାମରୁ ଆଜି ଧରାପଡ଼ିଛନ୍ତି ୫ ଜଣ ନକଲି ଶିକ୍ଷକ। ଏହା ପୂର୍ବରୁ ଏହି ଜିଲ୍ଲାରେ ୧୬ ଜଣ ନକଲି ଶିକ୍ଷକଙ୍କ ନାଁରେ ମଧ୍ୟ ଥାନାରେ […]

author-image
Pradesh Pratyush
ସ୍କୁଲରେ ପାଠ ପଢ଼ାଉଛନ୍ତି ନକଲି ଶିକ୍ଷକ

fake teacher 2

ବ୍ରହ୍ମପୁର(ଜଗନ୍ନାଥ ସାହୁ) : ପିଲାମାନେ ପାଠ ପଢ଼ିବା ପାଇଁ ସ୍କୁଲ ଯାଉଛନ୍ତି। ସେମାନଙ୍କୁ ପାଠ ପଢ଼ାଉଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ। ପ୍ରକୃତରେ ଯେଉଁ ସାର୍‌ମାନେ ପଢ଼ାଉଛନ୍ତି, ସେମାନେ ଅସଲି ନା ନକଲି। ତାହା ଏବେ ଚିନ୍ତା କାରଣ ହୋଇଛି। ଏପରି କହିବାର କାରଣ ହେଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା ଗଞ୍ଜାମରୁ ଆଜି ଧରାପଡ଼ିଛନ୍ତି ୫ ଜଣ ନକଲି ଶିକ୍ଷକ। ଏହା ପୂର୍ବରୁ ଏହି ଜିଲ୍ଲାରେ ୧୬ ଜଣ ନକଲି ଶିକ୍ଷକଙ୍କ ନାଁରେ ମଧ୍ୟ ଥାନାରେ ଏତଲା ଦିଆଯାଇଛି।

Advertisment

ନକଲି ଶିକ୍ଷକମାନେ ହେଲେ ବେଗୁନିଆପଡ଼ା ବ୍ଲକ ଅଞ୍ଚଳର ସୁଜାତା ପଣ୍ଡା ଓ ପରମାନନ୍ଦ ସାହୁ, ଶେରଗଡ଼ ବ୍ଲକ ଅଞ୍ଚଳର ସଞ୍ଜୟ କୁମାର ଖଟୁଆ ଓ ଭଗବାନ ମହାନ୍ତି ଏବଂ କବିସୂର୍ଯ୍ୟନଗର ବ୍ଲକର ଭିକାରୀ ଚରଣ ସାହୁ। ଏମାନେ ଜାଲ୍‌ ସିଟି ସାର୍ଟିଫିକେଟ୍‌ ଦେଇ ଚାକିରି କରୁଛନ୍ତି। ସାର୍ଟିଫିକେଟ୍‌ ଯାଞ୍ଚ ବେଳେ ଏମାନେ ନକଲି ଶିକ୍ଷକ ବୋଲି ଜଣାପଡ଼ିଥିଲା। ଏବେ ସେମାନଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ବିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ପୂର୍ବରୁ ଏହି ଜିଲ୍ଲାରେ ୧୬ ଜଣ ନକଲି ଶିକ୍ଷକଙ୍କ ନାଁରେ ଏତଲା ହୋଇଛି।

Advertisment
Advertisment