Advertisment

ବିଧାନସଭାର ୫ କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର: ବିଧାନସଭାରେ ପହଞ୍ଚିଲା କରୋନାଭାଇରସ୍। ଓଡ଼ିଶା ବିଧାନସଭାର ୫ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଖୋଦ୍ ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି। ଯେଉଁ କର୍ମଚାରୀଙ୍କ କରୋନା ପଜିଟିଭ ଆସିଛି, ସେମାନଙ୍କୁ ହୋମ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କିଛି ଦିନ ତଳେ ଏକ ବୈଠକ ହୋଇଥଲାା, ଯେଉଁଥିରେ ଯୋଗଦେଇଥିବା ଜଣେ ବିଧାୟକଙ୍କର ସ୍ୱାବ ଟେଷ୍ଟ ପଜିଟିଭ୍ ଆସିଥିଲା। ଉକ୍ତ ବିଧାୟକଙ୍କ ଆକ୍ରାନ୍ତ ହେବା ପରେ ବିଧାନସଭାର ସବୁ କର୍ମଚାରୀଙ୍କୁ ଟେଷ୍ଟ ପାଇଁ […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ବିଧାନସଭାର ୫ କର୍ମଚାରୀଙ୍କୁ କରୋନା

Odisha-assembly

ଭୁବନେଶ୍ୱର: ବିଧାନସଭାରେ ପହଞ୍ଚିଲା କରୋନାଭାଇରସ୍। ଓଡ଼ିଶା ବିଧାନସଭାର ୫ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଖୋଦ୍ ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି।

Advertisment

ଯେଉଁ କର୍ମଚାରୀଙ୍କ କରୋନା ପଜିଟିଭ ଆସିଛି, ସେମାନଙ୍କୁ ହୋମ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କିଛି ଦିନ ତଳେ ଏକ ବୈଠକ ହୋଇଥଲାା, ଯେଉଁଥିରେ ଯୋଗଦେଇଥିବା ଜଣେ ବିଧାୟକଙ୍କର ସ୍ୱାବ ଟେଷ୍ଟ ପଜିଟିଭ୍ ଆସିଥିଲା।

ଉକ୍ତ ବିଧାୟକଙ୍କ ଆକ୍ରାନ୍ତ ହେବା ପରେ ବିଧାନସଭାର ସବୁ କର୍ମଚାରୀଙ୍କୁ ଟେଷ୍ଟ ପାଇଁ କୁହାଯାଇଥିଲା। ଯାହା ପରେ ୫ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି।

Advertisment

ଯେହେତୁ କରୋନା ଏବେ ବିଧାନସଭାରେ ପହଞ୍ଚିଛି, ତେଣୁ ବିଧାନସଭାକୁ ୩୧ ତାରିଖ ଯାଏଁ ବନ୍ଦ ରଖିବାକୁ କହିଛନ୍ତି ବାଚସ୍ପତି।

Advertisment
Advertisment