Advertisment

ଦୁଇ ଡୋଜ୍ କରୋନା ଟିକା ନେଇଥିଲେ ଏହିସବୁ ଜିନିଷ ଉପରେ ମିଳିବ ୫% ଡିସ୍‌କାଉଣ୍ଟ୍‌

ବ୍ରହ୍ମପୁର: କରୋନା ଟିକାକରଣ ପାଇଁ ନିଆରା ସଚେତନତା। ଦୁଇ ଡୋଜ୍ କରୋନା ଟିକା ନେଇଥିବା ବ୍ୟକ୍ତି ଗ୍ରୋସରୀ, କପଡ଼ା କିମ୍ବା ହୋଟେଲ୍‌ରୁ ଖାଇବା ଅର୍ଡର କଲେ ସେମାନଙ୍କୁ ୫% ଡିସ୍‌କାଉଣ୍ଟ୍‌ ମିଳିବ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିରେ ଏହି ନିଆରା ସଚେତନତା ଦେଖିବାକୁ…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଦୁଇ ଡୋଜ୍ କରୋନା ଟିକା ନେଇଥିଲେ ଏହିସବୁ ଜିନିଷ ଉପରେ ମିଳିବ ୫% ଡିସ୍‌କାଉଣ୍ଟ୍‌

vaccine

ବ୍ରହ୍ମପୁର: କରୋନା ଟିକାକରଣ ପାଇଁ ନିଆରା ସଚେତନତା। ଦୁଇ ଡୋଜ୍ କରୋନା ଟିକା ନେଇଥିବା ବ୍ୟକ୍ତି ଗ୍ରୋସରୀ, କପଡ଼ା କିମ୍ବା ହୋଟେଲ୍‌ରୁ ଖାଇବା ଅର୍ଡର କଲେ ସେମାନଙ୍କୁ ୫% ଡିସ୍‌କାଉଣ୍ଟ୍‌ ମିଳିବ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିରେ ଏହି ନିଆରା ସଚେତନତା ଦେଖିବାକୁ ମିଳିଛି। ଏନେଇ ହିଞ୍ଜିଳିକଟୁ ମ୍ୟୁନିସିପାଲଟି ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି।

Advertisment

ହିଞ୍ଜିଳି ସହରରେ ପ୍ରାୟ ୧୦ଟି ଦୋକାନୀ ଏବେ କୋଭିଡ୍ ଟିକା ନେଇଥିବା ବ୍ୟକ୍ତିଙ୍କୁ ଏଭଳି ଡିସ୍‌କାଉଣ୍ଟ୍‌ ଦେଉଛନ୍ତି। ଏଭଳି କରି ଦୋକାନୀମାନେ ଟିକା ନେବାକୁ ଲୋକଙ୍କୁ ସଚେତନ କରାଉଛନ୍ତି। ଗ୍ରୋସରୀ ଦୋକାନ ସହ ଲୁଗା ଦୋକାନୀ ଓ ହୋଟେଲ ଗୁଡ଼ିକ ମଧ୍ୟ ଏବି ଅଭିଯାନରେ ସାମିଲ ହୋଇଛନ୍ତି।

ଗ୍ରାହକ ସାମଗ୍ରୀ କିଣିବା ପରେ ଦୁଇ ଡୋଜ୍ କୋଭିଡ୍ ଟିକା ନେଇଥିବା ପ୍ରମାଣ ପତ୍ର ଦେଖାଇଲେ ସେମାନଙ୍କୁ କିଣିଥିବା ସାମଗ୍ରୀର ଦର ଉପରେ ଦୋକାନୀ ୫% ଡିସ୍‌କାଉଣ୍ଟ ଦେଉଛନ୍ତି। ଲକ୍‌ଡାଉନ୍‌ ସମୟରେ ଅନ୍‌ଲାଇନ୍‌ରେ କିଣିଲେ କିମ୍ବା ହୋମ୍‌ ଡେଲିଭରି କରିଥିବା ଗ୍ରାହକ ଯେଉଁମାନେ ଦୁଇ ଡୋଜ୍ ଟିକା ନେଇଥିବେ ସେମାନଙ୍କୁ ହିଁ କେବଳ ଏହି ଡିସ୍‌କାଉଣ୍ଟ ମିଳିବ। ବ୍ୟବସାୟୀଙ୍କ ଏଭଳି ଉଦ୍ୟମ ଯୋଗୁ ଟିକା ନେବାକୁ ଚାହୁଁ ନଥିବା ବ୍ୟକ୍ତି ସଚେତନ ହେଉଥିବା ଜଣାପଡ଼ିଛି।

Advertisment

ଗତକାଲି ରାଜ୍ୟରେ ୬୧୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୫୮୯୬  ରୋଗୀ। ସେମାନଙ୍କ ମଧ୍ୟରୁ ୩୩୩୨ ରୋଗୀ କ୍ୱାରେଣ୍ଟିନରେ ଥିବାବେଳେ ୨୫୬୪ ଜଣ ଲୋକାଲ କଣ୍ଟାକ୍ଟ ଥିବା ଜଣାଯାଇଛି। ଡେଲ୍ଟା ଭାଇରସର ମୁକାବିଲା କରିବାରେ କୋଭିସିଲ୍ଡ ଓ କୋଭାକ୍ସିନ ସଫଳ। ଏହି ସୂଚନା ଦେଇଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି। ଟିକା ନେଲା ପରେ ସିଭିୟରିଟି କମିଛି। ତେବେ ଲକଡାଉନ୍ ନେଇ ଡିଏମ୍ଇଟି କହିଛନ୍ତି, ସଂକ୍ରମଣ କମାଇବା ପାଇଁ ଏହାର ଉଦ୍ଦେଶ୍ୟ ଥିଲା। ଏହା ସଫଳ ହୋଇଛି।

Corona Vaccination News
Advertisment
Advertisment